କୃଷୀ ଭିତ୍ତିକ କାର୍ଯ୍ୟରେ ଡ୍ରୋନ୍ ଦ୍ଵାରା ଘାସମରା ପ୍ରୟୋଗ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ଅଖିଳ ଭାରତୀୟ ତୃଣକ ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ମିଳିତ ପ୍ରୟାସରେ ଡ୍ରୋନ୍ ଦ୍ଵାରା ଘସମରା ଔଷଧ ପ୍ରୟୋଗର କ୍ଷେତ୍ର ପ୍ରଦର୍ଶନୀ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧାନ ଫସଲରେ ଅନାବନା ଘାସରେ ଅତି ସହଜ ସାଧ୍ୟ ଉପାୟରେ ଅତି କମ୍ ସମୟରେ ଅଳ୍ପ ପାଣି ବ୍ୟବହାର କରି ଡ୍ରୋନ୍ ଦ୍ଵାରା ଉପଯୁକ୍ତ ଘାସମରା (ବିସପ୍ୟାରିବାକ୍ ସୋଡିୟମ)ର ପ୍ରୟୋଗ କରାଯାଇଥିଲା। ଏହି କାର୍ଯକ୍ରମକୁ ଅଖିଳ ଭାରତୀୟ ତୃଣକ ପ୍ରକଳ୍ପର କ୍ଷେତ୍ର ବିଜ୍ଞାନୀ ଡ଼ଃ: ଏମ୍ ଅବଦୁଲ ଅଲିମ୍, ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ଦ୍ବାରିକା ମୋହନ ଦାସ ଡ୍ରୋନ ଚାଳନାରେ ସହାୟତା କରିଥିଲେ l ଏଥିସହିତ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ, ଆଖପାଖ ଅଞ୍ଚଳର ୫୦ ରୁ ଅଧିକ ଅଗ୍ରୀମ ଚାଷୀ ଭାଇ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରରେ ଡ୍ରୋନ୍ କମ୍ପାନୀ ସ୍କ୍ୟା.ଏ.ଭାନ ଅଭିସନର ଇନଷ୍ଟଟର ରୋଷନ ଲାଲ ପ୍ରମୁଖ ଯୋଗଦେଇ ଡ୍ରୋନ୍ ଉଡାଣରେ ସହାୟତା କରିଥିଲେ l ଅତି ନିକଟରେ ଭାରତ ସରକାରଙ୍କ ଦ୍ଵାରା ଡ୍ରୋନ୍ ଦ୍ଵାରା ଠିଆ ଧାନ ଫସଲରେ ଘାସମରା ଔଷଧର ପ୍ରୟୋଗ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଫସଲରେ ଡ୍ରୋନ୍ରର ପ୍ରୟୋଗ ଦ୍ଵାରା ଅତି ସହଜରେ ଓ କମ୍ ସମୟରେ ଅନା ବନା ଘାସ ସହିତ, ଅନିଷ୍ଟକାରୀ ପୋକ ଓ ରୋଗକୁ ମଧ୍ୟ ରସାୟନ ସ୍ପ୍ରେ ଦ୍ବାରା ପରିଚାଳନା କରିହେବ ବୋଲି, ଅଖିଳ ଭାରତୀୟ ତୃଣକ ପ୍ରକଳ୍ପ, ଓୟୁଏଟିର ମୁଖ୍ୟ ବୈଜ୍ଞାନିକ ଡଃ: ରବି ରତ୍ନ ଦାଶ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons