{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଭାରତ ନିର୍ବାଚନ ଆୟୋଗଙ୍କ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଙ୍କ ନିର୍ଦ୍ଦେଶକ୍ରମେ, ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ -୨୦୨୬, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି।ଏହି ସମଗ୍ର ସଂଶୋଧନ ପ୍ରକ୍ରିୟାକୁ ସଫଳତାର ସହ ସମ୍ପନ୍ନ କରିବାରେ ବୁଥ୍ସ୍ତରୀୟ ଅଧିକାରୀ, ବୁଥ୍ସ୍ତରୀୟ ଏଜେଣ୍ଟ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଓ ନିର୍ବାଚନ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏଥିସହ ଉପଖଣ୍ଡ ଭୋଟରମାନେ ମଧ୍ୟ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିଛନ୍ତି। ଗଣତନ୍ତ୍ରର ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ଅଂଶୀଦାର ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସଚେତନତା ଓ ପ୍ରଚାର-ପ୍ରସାର କରିଥିବା ଗଣମାଧ୍ୟମର ସମସ୍ତ ପ୍ରତିନିଧିଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ସାଧୁବାଦ ଜଣାଇଛନ୍ତି।ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୬,୪୧,୨୨୮ ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ନିର୍ବାଚନମଣ୍ଡଳୀ ଅନୁଯାୟୀ :୧୨୩-ଭଞ୍ଜନଗରରେ ୨,୨୫,୫୧୦ ଜଣ,୧୨୮-ଆସିକାରେ ୧,୮୯,୩୦୧ ଜଣ,୧୨୯-ସୋରଡ଼ାରେ ୨,୨୬,୪୧୭ ଜଣ, ଭୋଟର ରହିଛନ୍ତି।ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଚିଠା ଭୋଟର ତାଲିକା ପ୍ରକାଶ ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୬,୭୨,୯୮୪ ଜଣ ଭୋଟର ଥିଲେ ଏବଂ ମୋଟ ୩୬୩୪୨ ଜଣଙ୍କ ନାମ ବାଦ ପଡ଼ି ଚିଠା ଭୋଟର ତାଲିକାରେ ୬,୩୬,୬୪୨ ଜଣ ଭୋଟର ରହିବା ବେଳେ, ଚୂଡ଼ାନ୍ତ ତାଲିକାରେ ମୋଟ ୪,୫୮୬ ଜଣଙ୍କ ନାମ ବୃଦ୍ଧି ହୋଇ ୬,୪୧,୨୨୮ ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଲେ, ଯାହା ଆଜି ପ୍ରକାଶ ପାଇଛି ।ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ଭଞ୍ଜନଗରରେ ୨,୩୭,୮୯୩ ଜଣ, ଆସିକାରେ ୨,୦୦,୫୬୧ ଜଣ, ସୋରଡ଼ାରେ ୨,୩୪,୫୩୦ ଜଣ ଭୋଟର ଥିଲେ।ଏହି ଅବସରରେ ଈ.ଆର.ଓ ସୋରଡ଼ା ବସନ୍ତ କୁମାର ସେଠୀ , ଈ.ଆର.ଓ ଆସ୍କା ତଥା ଅତିରିକ୍ତ ଉପଜିଲ୍ଲାପାଳ ଭଞ୍ଜନଗର ପ୍ରଧାନ ଟୁଲିଆମା , ଡେପୁଟୀ କଲେକ୍ଟର ରଚିତା ମହାପାତ୍ର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଉପସ୍ଥିତ ଥିଲେ।


Comments are closed, but trackbacks and pingbacks are open.