ଜୟପୁର ସଦର ମହକୁମା ଠାରେ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ

Get real time updates directly on you device, subscribe now.

{ ଜୟପୁରରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ଜୟପୁର ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ କର।ଯାଇଛି । ଆଜିର ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମହଦୟା କୁମାରୀ ଆକବରମ୍ ସସ୍ୟା ରେଡ୍ଡୀଙ୍କ ଦ୍ୱାରା ଦୀପ ପ୍ରଜ୍ଵଳନ ଓ ମାଲ୍ୟାର୍ପଣ କରାଯାଇଥିଲା । ତତ୍ ପରେ ଜୟପୁର ପୌର ଉଦ୍ୟାନ ଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଵଳନ କରା ଯାଇ ଥିଲା। ଆଜି ହେଉଛି ଶହୀଦ ଦିବସ ଏବଂ ସେମାଙ୍କୁ ସ୍ମରଣ କରି ସେହି ଶହୀଦ ମାନଙ୍କ ପାଇଁ ୧ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ଏହି ଅବସରରେ ଅନ୍ୟାନ୍ୟ ଅତିଥି ଭାବେ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶକ୍ତି ମହାପାତ୍ର, ଜୟପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀମତୀ ଯଶୋଦ। ଗାଦବା, ଭାରପ୍ରାପ୍ତ ପୁଳିସ ଅଧିକାରୀ, ଟାଉନ ଥାନା ଶ୍ରୀ ରମଣୀ ରଞ୍ଜନ ଦଳାଇ, ଭାରପ୍ରାପ୍ତ ପୁଳିସ ଅଧିକାରୀ, ସଦର ଶ୍ରୀ ଈଶ୍ଵର ତାଣ୍ଡି, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପୌର ପାଳିକା ଜୟପୁର ପ୍ରତାପ ଆଚାର୍ଜ୍ୟ, ପୋରପାଳିକ।ର କର୍ମଚାରି ଓ ସାମ୍ବାଦିକ ଗଣ ପ୍ରମୁଖ ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons