{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ପଞ୍ଚାୟତ ସମିତି ସଭାଗୃହ ଠାରେ ଶୁକ୍ରବାର ଦିନ ମନରେଗା ଓ ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯକ୍ରମରେ ପ୍ରସନ୍ନ ପାତ୍ର ସିଡ଼ିଓ-କମ-ଇଓ-ଜିଲ୍ଲାପରିଷଦ ସମ୍ବଲପୁର, ରବୀନ୍ଦ୍ର କୁମାର ସେଠୀ ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରା, ଶାଳିନୀ ସିଂ ଏ.ଇ.ଇ ଜମନକିରା, ଆରତତ୍ରାଣ ଶତପଥି ଜିଲ୍ଲା ସାମାଜିକ ସମୀକ୍ଷକ ସମ୍ବଲପୁର , ବ୍ରଜେନ୍ଦ୍ର ପଣ୍ଡା ଲୋକପାଳ ସମ୍ବଲପୁର, ମନୋଜ କୁମାର ଭୋଇ ଅତିରିକ୍ତ କାର୍ଯକ୍ରମ ଅଧିକାରୀ ଜମନକିରା, ଅଜୟ ଖଡିଆ ଜି.ପି.ଡ଼ି.ଓ ଜମନକିରା ପ୍ରମୁଖ ମଞ୍ଚାସୀନ ଥିବା ସହିତ କାର୍ଯକ୍ରମରେ ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମ ରୋଜଗାର ସେବକ, ଏ.ଡ଼ି.ଇ.ଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ବିଭାଗୀୟ ଅଧିକାରୀ, ଭି.ଆର.ପି, ବ୍ଲକ ସାମାଜିକ ସମୀକ୍ଷକ, ସହିତ ଜବ କାର୍ଡ ଧାରିମାନେ ଉପସ୍ଥିତ ଥିଲେ । କାର୍ଯକ୍ରମକୁ ପ୍ରସନ୍ନ ପାତ୍ର, ସିଡ଼ିଓ-କମ-ଇଓ-ଜିଲ୍ଲାପରିଷଦ ସମ୍ବଲପୁର ସଭାପତିତ୍ବ କରିଥିଲେ l କାର୍ଯକ୍ରମ ପ୍ରାରମ୍ଭରେ ରବୀନ୍ଦ୍ର କୁମାର ସେଠୀ ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରା ସମସ୍ତଙ୍କୁ ସ୍ବାଗତ ଜଣାଇ କାର୍ଯକ୍ରମକୁ ଆରମ୍ଭ କରିଥିଲେ ଏବଂ କାର୍ଯକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିବା ସାହିର ମନରେଗା ଯୋଜନାର ସଫଳ ରୂପାଯନ ନିମନ୍ତେ ବିଶଦ ଆଲୋଚନା କରିଥିଲେ l ମନୋଜ କୁମାର ଭୋଇ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ, ଜମନକିରା କାର୍ଯକ୍ରମକୁ ପରିଚାଳନା କରିଥିଲେ। କାର୍ଯକ୍ରମରେ ପ୍ରସନ୍ନ ପାତ୍ର, ସିଡ଼ିଓ-କମ-ଇଓ-ଜିଲ୍ଲାପରିଷଦ, ସମ୍ବଲପୁର, ବ୍ଲକ ସ୍ତରୀୟ ଜନ ଶୁଣାଣି ବିଷୟରେ ବିଶଦ ଭାବରେ ଆଲୋଚନା କରିବା ସହିତ ମନରେଗା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ l ଆରତତ୍ରାଣ ଶତପଥି, ଜିଲ୍ଲା ସାମାଜିକ ସମୀକ୍ଷକ, ସମ୍ବଲପୁର ଜନ ଶୁଣାଣି କାର୍ଯକ୍ରମରେ ଆସିଥିବା ବିଭିନ୍ନ ଅଭିଯୋଗର ଗୋଟୋ ଗୋଟି କରି ପଠନ କରିଥିଲେ ଏବଂ ସେ ସବୁ ଅଭିଯୋଗ ଗୁଡିକର ଶୁଣାଣି କରିବା ସହିତ ସହିତ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରାଙ୍କୁ ଜଣାଇଥିଲେ। କାର୍ଯକ୍ରମରେ ମାନରେଗା ଯୋଜନାର ସମୁଦାଯ ୬୫ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥିମଧ୍ୟରୁ ଗ୍ରାମ ପଞ୍ଚାୟତର ୩୦ ଗୋଟି , ଉଦ୍ୟାନ ବିଭାଗର ଗୋଟିଏ , ଜଙ୍ଗଲ ବିଭାଗର ୧୦ ଗୋଟି, ଆଇ. ଟି. ଡି. ଏ. ବିଭାଗର ୬ ଗୋଟି, ମୃତିକା ସରକ୍ଷଣ ବିଭାଗର ୧୮ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେହିପରି ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାର ସମୁଦାୟ ୧୯ ଗୋଟି ଅଭିୟୋଗର ଶୁଣାଣି ହୋଇଥିଲା l ଶେଷରେ ମନୋଜ କୁମାର ଭୋଇ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ, ଜମନକିରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।
Comments are closed, but trackbacks and pingbacks are open.