{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ମହା ଆଡମ୍ବରରେ ହୋଇଯାଇଛି।ଇନ୍ଦ୍ରଙ୍କ କୋପରୁ ଗୋପପୁର ବାସୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଭୂ ଶ୍ରୀ କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉପରକୁ ଉଠାଇଥିଲେ।ସେହି ପୌରାଣିକ ସ୍ମୃତିକୁ ଆଧାର କରି ଗୋବର୍ଦ୍ଧନ ପୂଜା ଦୀପାବଳୀ ଅମାବାସ୍ୟା ପରଦିନ ଅନୁଷ୍ଠିତ ହୁଏ।ଗ୍ରାମର ଚଉରା ଠାରେ ପୂଜାର ଆୟୋଜନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗ୍ରାମର ସଂକୀର୍ତ୍ତନ ଦଳ ଗୁରୁ ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶନାରେ ଭଜନ ଓ ଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ମିନକେତନ ମଳିକ, ଗଣପତି ବାରିକ, ସରୋଜ ଜେନା,କାହ୍ନୁ ଚରଣ ଜେନା, କାଳିଆ ବେହେରାଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି ସଂକୀର୍ତ୍ତନ ରେ ଭାଗ ନେବା ସହ ଠାକୁର ଙ୍କ ଆଶୀର୍ବାଦ ନେଇଥିଲେ।ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଛି।
Comments are closed, but trackbacks and pingbacks are open.