{ କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯ୍ୟାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ, ଇତ୍ୟାଦି ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁଳ୍କ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ମହିଳା ଆୟୋଗ ଏବଂ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ସହଯୋଗରେ ଏକ ଜନ ସୁନୱାଇ (ଜନ ଶୁଣାଣି) କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୦.୦0 ଘଟିକା ସମୟରେ କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ସକାଶେ କୌଶଳ ବିକାଶ ତାଲିମ କେନ୍ଦ୍ର (ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର), କୋରାପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି ।ମହିଳା କମିଶନ୍ ଅଧ୍ଯକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ଯକ୍ଷାତାରେ ଅନୁଷ୍ଠିତ ଉଚ୍ଚ ଜନଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମୁଦାୟ ୫ ଗୋଟି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ, ସେଥି ମଧ୍ୟରୁ ମୋଟ ୫ ଗୋଟି ମାମଲାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି ହୋଇ, ୧ ଗୋଟି ମାମଲାର ଫଏସଲା ହୋଇଥିବା ବେଳେ, ୨ ଗୋଟି ମାମଲାକୁ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି , କୋର୍ଟରେ ବିଚାରଧୀନ ଥିବା ୧ ଗୋଟି ମାମଲାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ହୋଇଛି ଅନ୍ୟ ୧ ଗୋଟି ମାମଲାରେ ପକ୍ଷମାନଙ୍କୁ ଆୟୋଗରେ ପୁନଃ ଉପସ୍ଥିତ ନିମନ୍ତେ ନୋଟିସ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଆଜିର ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକ ମାମଲା ଗୁଡିକରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ୍ ଦାଖଲ କରିଥିଲେ । ସେହିପରି, ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୫ ଗୋଟି ନୂତନ ମାମଲାର ପଞ୍ଜିକରଣ ମଧ୍ୟ ହୋଇଥିଲା ।ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ଆୟୋଗର ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥ୍ ଓ ଶ୍ରୀମତୀ ମୁକ୍ତା ସାହୁଙ୍କ ଉପସ୍ଥିତରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ, କୋରାପୁଟ ଅତିରିକ୍ତ -ଜିଲ୍ଲାପାଳ ଶ୍ରୀ ତପନ କୁମାର ନାୟକ, କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମ୍ବିତ ମହାନ୍ତି, ଡେପୁଟି କଲେକ୍ଟର ସୁଶ୍ରୀ ଆକାଂକ୍ଷା ବିଶ୍ଵାଳ, କୋରାପୁଟ ଉପ-ଆରକ୍ଷୀ ଅଧୀକ୍ଷିକା ସୁଶ୍ରୀ ପୁଷ୍ପାଞ୍ଜଳି ନିଙ୍ଗ, କୋରାପୁଟ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୋତ୍ସା ପାଢି, କୋରାପୁଟ ଜିଲ୍ଲା ସୁରକ୍ଷା ଅଧିକାରୀ ସୁଶ୍ରୀ ସବିତା ସମାଦର ଏବଂ ନବରଙ୍ଗପୁର ଜିଲ୍ଲା ସୁରକ୍ଷା ଅଧିକାରୀ ସୁଶ୍ରୀ ରମା ପଟ୍ଟନାୟକ, ଇତ୍ୟାଦି ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମରେ କରିଥିଲେ ।ସେହିପରି, ମହିଳା ଆୟୋଗର ଆଇନ୍ ସହାୟକ ଅରବିନ୍ଦ ପଟ୍ଟନାୟକ, ଦୁଇଜଣ କାଉନ୍ସେଲର ବନ୍ଦନା ମହାନ୍ତି, ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ତ୍ରିଲୋଚନ ନାୟକ, ଚିତ୍ତରଞ୍ଜନ ସାହୁ, ଅନ୍ତରଯାମୀ ରାଉତ ଏବଂ ରାମଚନ୍ଦ୍ର ବେହେରା ପ୍ରଭୃତି ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।


Comments are closed, but trackbacks and pingbacks are open.