ପଞ୍ଚମ “ବିମୁଗ୍ଧା” ସମ୍ମାନରେ ସମ୍ମାନୀତ ହେଲେ ଆଇ.ମନ୍ମଥ ରାଓ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଭୂବନେଶ୍ୱରସ୍ଥିତ ଭଞ୍ଜ ମଣ୍ଡପ ଠାରେ ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପଞ୍ଚମ “ବିମୁଗ୍ଧା” ଉତ୍ସବ ରେ ପାରଳାଖେମୁଣ୍ଡି ର ଦୂରଦର୍ଶନ ସେକ୍ସୋଫୋନ କଳାକାର ଆଇ.ମନ୍ମଥ ରାଓଙ୍କୁ ପଞ୍ଚମ “ବିମୁଗ୍ଧା” ସମ୍ମାନ ରେ ସମ୍ମାନୀତହୋଇ ଥିଲେ।ଶ୍ରୀ ରାଓଙ୍କୁ ମାନପତ୍ର , ଉପଢୌକନ ଓ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଛି।ଉକ୍ତ ଉତ୍ସବ ରେ ଅତିଥି ଭାବେ ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଡ଼. ଚନ୍ଦ୍ରଶେଖର ହୋତା , ଗୁରୁ ଧନେଶ୍ୱର ସ୍ବାଇଁ , ପଣ୍ଡିତ ରଘୁନାଥ ପାତ୍ର , ଛଉ ନୃତ୍ୟବିତ୍ ଶୁଭଶ୍ରୀ ମୁଖାର୍ଜୀ , ଅନୁଷ୍ଠାନର ଉପଦେଷ୍ଟା ନୃସିଂହ ଚରଣ ପଟ୍ଟନାୟକ , ପଦାମୃତ ନୃତ୍ୟାୟନ ଅନୁଷ୍ଠାନର ସମ୍ପାଦକ ସୀତାକାନ୍ତ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ପରେ ଅନୁଷ୍ଠାନର ନୃତ୍ୟ ଗୁରୁ ତଥା ଦୂରଦର୍ଶନ ଶିଳ୍ପୀ ପ୍ରୀତିପ୍ରିୟା ବେହେରା ଓ ବିନ୍ଦୁପ୍ରିୟା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ମନ୍ମଥଙ୍କ ଏହି ସମ୍ମାନ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons