ପାରାଦୀପ ଠାରେ ଭାରତୀୟ ତଟ ରକ୍ଷକ ବାହିନୀର ଅତ୍ୟାଧୁନିକ ଜାହାଜ ସହାୟତା ପ୍ରତିଷ୍ଠାନ ର ସ୍ଥାପନା

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଭାରତୀୟ ତଟ ରକ୍ଷକ (ଆଇସିଜି) ଆଜି, ୦୬ ଡିସେମ୍ବର ୨୦୨୪, ଓଡିଶାର ପାରାଦୀପ ଠାରେ ଏକ ନୂତନ ଜାହାଜ ସହାୟତା ପ୍ରତିଷ୍ଠାନର ସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିମାନ ହାସଲ କରିଛି। ଏହି ଅତ୍ୟାଧୁନିକ ପ୍ରତିଷ୍ଠାନରେ ତଟରକ୍ଷକ ସାମଗ୍ରୀ ଭଣ୍ଡାର , ତଟରକ୍ଷକ ଜାହାଜ ମରାମତି ଦଳ ଓ ତଟ ରକ୍ଷକ ଜାହାଜ ସହାୟତା ଅନୁଷ୍ଠାନ ଅନ୍ତର୍ଭୁକ୍ତ ଅଟେ। ଏହାକୁ, ତଟରକ୍ଷୀ ବାହିନୀ (ଉତ୍ତର ପୂର୍ବ)ର କ୍ଷେତ୍ରୀୟ କମାଣ୍ଡରଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଛି।ଏହି କେନ୍ଦ୍ରର ସ୍ଥାପନା ଭାରତୀୟ ତଟରକ୍ଷକ ର କାର୍ଯ୍ୟକ୍ଷମତାକୁ ଏବଂ ଆତ୍ମନିର୍ଭରତାକୁ ଉତ୍ତୋଳନ କରିବା ସହ ପ୍ରତିବଦ୍ଧତାକୁ ପ୍ରତିପାଦନ କରିବ। ଏହା ତଟରକ୍ଷୀ ବାହିନୀର ଜାହାଜ ପାଇଁ ମରାମତି, ରିଫିଟ୍ ଏବଂ ଦୈନଦିନ ସାମଗ୍ରୀ ର ଆବଶ୍ୟକତା କୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିବ। ଉଦ୍‌ଘାଟନ ସମାରୋହରେ, ତଟରକ୍ଷୀ ବାହିନୀ (ଉତ୍ତର ପୂର୍ବ) ର କ୍ଷେତ୍ରୀୟ କମାଣ୍ଡର ପାରାଦୀପର ଯୌକ୍ତିକ ମହତ୍ତ୍ୱକୁ ଏକ ପ୍ରମୁଖ ସାମୁଦ୍ରିକ କେନ୍ଦ୍ର ଭାବେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଜାହାଜ ସହାୟତା ପ୍ରତିଷ୍ଠାନର ସୁବିଧା ଭାରତୀୟ ତଟରକ୍ଷକ ର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ସହିତ ଉତ୍ତର-ପୂର୍ବ ସମୁଦ୍ରତଟରେ ସାମୁଦ୍ରିକ ସୁରକ୍ଷା ଏବଂ ସୁରକ୍ଷା ବୃଦ୍ଧି ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons