{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲାର ମୋହନା ବ୍ଲକର କର୍ଚାବାଡୀ ପଂଚାୟତର ଢେପାବାଜୁ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବାବୁଲା ଗୌଡ ଶିକ୍ଷକତା କରନ୍ତି।ନିଜେ ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ନିଜର ଗୁଣାତ୍ମକ ଶିକ୍ଷା ମାଧ୍ଯମରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ତାଂକରି ଗୁଣାତ୍ମକ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଆଗ୍ରହର ସହ ପାଠପଢନ୍ତି।ଏଫ୍.ଏଲ୍.ଏନ୍.(ଗାଣିତିକ ଓ ଶୈକ୍ଷିକ ଭିତ୍ତିଭୂମିମାଧ୍ୟମରେ) ପିଲାମାନଙ୍କୁ ନିଜର ଅଭିନବ ଶିକ୍ଷା ମାଧ୍ୟମରେ ଆକ୍ରୁଷ୍ଚ କରିପାରିଛନ୍ତି।ଏହି ଏଫ.ଏଲ୍.ଏନ୍.ପାଇଁ ସ୍ୱତନ୍ତ୍ର ଶ୍ରେଣୀଗୃହ ରହିଛି ଯେଉଁଠାରେ ପ୍ରଥମରୁ ତ୍ରୁତୀୟ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ଆନନ୍ଦମୟୀ ଶିକ୍ଷା ଦେଇଥାନ୍ତି।ଏହାଦ୍ୱାରା ବିଦ୍ୟାଳୟରେ ଉପସ୍ଥାନ ବଢିପାରିଛି।ଗ୍ରାମବାସୀ ତାଂକରି ଏହି ଶିକ୍ଷଣୀୟ ପଦ୍ଧତିକୁ ବହୁତ ଭଲପାଆନ୍ତି।ସବୁ ସୁବିଧାଥିବା ସତ୍ତ୍ୱେ କେତୋଟି ମୌଳିକ ସମସ୍ୟା ରହିଛି।ରାସ୍ତାଘାଟ ଯୋଗାଯୋଗ ନାହିଁ।ପଂଚମ ପାସ୍ କଲା ପରେ ଉକ୍ତ ଗ୍ରାମର ପିଲାମାନେ ୨କି.ମି.ଚାଲିଚାଲି ଯାଇ ଷଷ୍ଠ ଶ୍ରେଣୀ ପାଇଁ ଅନ୍ୟ ସ୍କୁଲରେ ପଢନ୍ତି।ତଥାପି ଏହି ଶିକ୍ଷକଂକ ଉପସ୍ଥିତି ଏକ ଆଦର୍ଶ ବିଦ୍ୟାଳୟ ଗଠନର ସୁଯୋଗ ସ୍ରୁଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।
Comments are closed, but trackbacks and pingbacks are open.