{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶ।ଳ ଚଟିଆପାଲି ବାଲିଘାଟ ରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହେବାପରେ ସ୍ଥାନୀୟ ଅଂଚଳରେ ତୀବ୍ର ଜନ ଅସନ୍ତୋଷ ଓ ଉତ୍ତେଜନା ଦେଖା ଦେଇଛି | ମୃତ ଯୁବକ ମେକ ଫରସନ୍ ଗ୍ରାମର ଇନ୍ଦ୍ର ମୁଣ୍ଡା ବୋଲି ଜଣା ପଡିଛି ! ସେ ଚଟିଆ ପାଲି ବାଲିଘାଟ ରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ୧୬ ତାରିଖ ରୁ ନିଖୋଜ ଥିଲେ | ଏ ସମ୍ପର୍କରେ ପରିବାର ଲୋକେ ବାରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ | ବାରକୋଟ ପୋଲିସ ସନ୍ଧାନୀ କୁକୁର ସହାୟତା ରେ ଅନୁସନ୍ଧାନ ଜାରି ରଖିଥିବା ବେଳେ ବାଲି ଗଦା ଭିତରୁ ଇନ୍ଦ୍ର ମୁଣ୍ଡା ଙ୍କ ମୃତଦେହ ଠାବ କରିଥିଲା | ଯୋଜନାବଦ୍ଧ ଭାବେ ହତ୍ୟାକରି ପ୍ରମାଣ ନଷ୍ଟ ପାଇଁ ମୃତ ଦେହ କୁ ବାଲି ରେ ପୋତି ଦେଇଥିବା ପରିବାର ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବେଳେ ; ବାରକୋଟ ପୋଲିସ ଅଧିକ ତଦନ୍ତ ଜାରି ରଖିଛି | ଦୋଷି କୁ ତୁରନ୍ତ ଗିରଫ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ( ବାହାଡ଼ା ପୋଷି – ରାଉରକେଲା ) ଜାତୀୟ ରାଜପଥ କୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ | ସ୍ଥାନୀୟ ପ୍ରଶାସନ , ବାରକୋଟ ପୋଲିସ ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଘଟଣାସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା |


Comments are closed, but trackbacks and pingbacks are open.