ଭଞ୍ଜନଗରରୁ ମଣିପୁର ସଫଳତାର ଶିଖରରେ ଆଇପିଏସ୍ ବବିତାରାଣି

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ର ଝିଅ ବବିତା ରାଣୀ ସ୍ଵାଇଁ । ଏବେ ସେ ମଣିପୁର ଏସପି । ୨୦୨୧ ବ୍ୟାଚ୍, ମଣିପୁର କ୍ୟାଡର୍ ର ଆଇପିଏସ୍ । ଉଖରୁଲ୍ ଜିଲ୍ଲାରେ ଏବେ ସେ ଦାୟିତ୍ଵରେ ରହିଛନ୍ତି । ଏକ ମଧ୍ୟବିତ୍ତ ପରିବାରରୁ ନିଜର କ୍ୟାରିୟର ଆରମ୍ଭ କରି, ଶେଷରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ବାପା କୃଷ୍ଣଚନ୍ଦ୍ର ସ୍ଵାଇଁ, ବନ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ବାପାଙ୍କ ଚାକିରୀ ସମୟରେ ନିପଟ ମଫସଲ ଅଞ୍ଚଳରେ ରହି ନିଜର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ବବିତା । ପିଲାଟି ବେଳୁ, ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ତାଙ୍କର ପ୍ରତିଭା ବାରି ହୋଇଥିଲା । ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ସହ ବି-ଟେକ୍ ପଢ଼ିଲେ । ଏହାସହ ବିନା ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୭ ରେ ଆଇଆରଏଏସ୍ ରେ ସଫଳତା ପାଇଲେ । କିନ୍ତୁ ଏହି ସଫଳତା ତାଙ୍କୁ ସନ୍ତୁଷ୍ଟ ଲାଗିନଥ୍‌ଲା । ପୁଣି ୨୦୨୧ ରେ ୟୁପିଏସସି ପରୀକ୍ଷା ଦେଇ, ଆଇପିଏସ୍ ପାଇଲେ । ତାଲିମ୍ ସରିବା ପରେ, ମଣିପୁର ରାଜ୍ୟର ଚାନ୍ଦଲ୍ ଜିଲ୍ଲାରେ ପ୍ରଥମେ ଏସପି ଭାବେ ଚାକିରି ଜୀବନ ଆରମ୍ଭ କଲେ । ଅତି ଶାନ୍ତ ସ୍ଵଭାବର ଝିଅ ବବିତା, ଭାରତୀୟ ପୋଲିସ ସେବା ଅଧିକାରିଣୀ ଭାବେ ଦାୟିତ୍ବ ନେବାପରେ ଦଙ୍ଗା ପ୍ରବଣ ଅଞ୍ଚଳକୁ ମୁକାବିଲା କରିବା, ତାଙ୍କପାଇଁ ଏକ ଚ୍ୟାଲେଞ୍ଜ ଥିଲା । ପରବର୍ତ୍ତୀ ସମୟରେ ସେ ଉଖରୁଲ୍ ଜିଲ୍ଲା କୁ ବଦଳି ହେଲେ । ଏବେ ବି’ ସମାନ ପରିସ୍ଥିତିରେ ସଂପୃକ୍ତ ଜିଲ୍ଲାରେ ଏସପି ଭାବେ ଦାୟିତ୍ଵ ସମ୍ପାଦନ କରି ଚାଲିଛନ୍ତି । ଝିଅର ଏହି ସଫଳତାକୁ ନେଇ, ବାପା-ମା’ ଏବେ ଗର୍ବ କରନ୍ତି । ଜଣେ ନାରୀ ପାଇଁ ସବୁ ସଫଳତା ସମ୍ଭବ ହୋଇପାରେ, ତାହା ନିଜ ଦକ୍ଷତା ଏବଂ ନିଷ୍ଠାପର ଉଦ୍ୟମ ବଳରେ ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବବିତାରାଣି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons