{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ର ପଦୋନ୍ନତି ସହ ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ବଦଳି ହୋଇଯାଇଅଛି।ଶ୍ରୀ ପଟ୍ଟନାୟକ ଆଜି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ରାଉତ ଙ୍କୁ ଭେଟି ବିଦାୟ ନେଇଥିଲେ। ଶ୍ରୀ ପଟ୍ଟନାୟକ ଙ୍କୁ ଆଜି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏଵଂ ଅନ୍ୟ କର୍ମଚାରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ସାମ୍ବାଦିକ ସଂଘ,ବହୁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ତଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଶ୍ରୀ ପଟ୍ଟନାୟକ ଙ୍କ ଦୀର୍ଘ ବର୍ଷ ର କର୍ତ୍ତବ୍ୟ ନିଷ୍ଠ କାର୍ଯ୍ୟ ପାଇଁ ପ୍ରଶଂସା ବାର୍ତ୍ତା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରକାଶ ଥାଉକି, ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ୨୦୧୭ ମସିହା ରୁ ଅଦ୍ୟ ପର୍ଯ୍ୟନ୍ତ ଅତ୍ୟନ୍ତ ସୂଚାରୁ ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ଦାୟିତ୍ଵ ନିର୍ବାହ କରିଆସିଛନ୍ତି। ନିଜର ଅମାୟିକ ବ୍ୟବହାର,ମିଷ୍ଟଭାଷୀ ଏବଂ ମେଳାପୀ ପ୍ରକୃତି ତଥା ସୁଦକ୍ଷ କର୍ତ୍ତବ୍ୟ ନିଷ୍ଠତା ଯୋଗୁ ସେ ସର୍ବଦା ଜିଲ୍ଲାପାଳ ତଥା ଜିଲ୍ଲା ର ସମସ୍ତ ଅଧିକାରୀ ମାନଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ବଦଳି ପରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର ଦିବାକର ପାତ୍ର, ଶୁଭଜିତା ପୃଷ୍ଟି, ସ୍ମୃତି ସାଗର ପ୍ରଧାନ,ମିର୍ଜା ଜାଫର ବେଗ, ପରୀକ୍ଷିତ ପଟ୍ଟନାୟକ ,ଚିନ୍ମୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.