{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ମନୋଜ ଦାଶ ସଭାପତି ଓ ମାନଶ କାନୁନଗୋ ସାଧାରଣ ସମ୍ପାଦକ ନିର୍ବାଚିତ । ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶୋଭା ସେଲିବ୍ରେସନ ପରିସରରେ ଆଇନ ପରାମର୍ଶଦାତା ତଥା ନିର୍ବାଚନ ଅଧିକାରୀ ଗଣେଶ୍ବର ମାଣିଆଁଙ୍କ ତତ୍ବାବଧାନରେ ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବରେ ମନୋଜ କୁମାର ଦାଶ ପୁନର୍ବାର ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ସୁଜନ କୁମାର ମୁଦୁଲି,ଶ୍ରୀବତ୍ସ ଲାଂଚ୍ଛନ ପାଢ଼ୀ,କାର୍ତ୍ତିକ ଚନ୍ଦ୍ର ବେହେରା ନିର୍ବାଚିତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବରେ ମାନଶ କୁମାର କାନୁନଗୋ,ସହ ସମ୍ପାଦକ ଭାବରେ ଦେଵଜ୍ୟୋତି ମହାନ୍ତି,ସୁରେଶ ନାୟକ ଓ ସିଧେଶ୍ଵର ସ୍ୱାଇଁ, କୋଷାଧକ୍ଷ ଭାବରେ ତାପସ କୁମାର ସ୍ୱାଇଁ, ସଂଗଠନ ସମ୍ପାଦକ ଭାବରେ ଅମରଜ୍ୟୋତି ସାହୁ ଓ ରାଜ୍ୟ ପରିଷଦ ସଦସ୍ୟ ଭାବରେ ରାଧାକାନ୍ତ ମିଶ୍ର ନିର୍ବାଚିତ ହୋଇଛନ୍ତି । ସେହିପରି ମୁଖ୍ୟ ଉପଦେଷ୍ଟା ଭାବରେ ରାମଚନ୍ଦ୍ର ମହାନ୍ତି ଓ ଉପଦେଷ୍ଟା ଭାବରେ ନିରଞ୍ଜନ ବାରିକ,ରମାକାନ୍ତ ପରିଜା ଓ ସତ୍ୟନନ୍ଦ ସାହୁ ମନୋନିତ ହୋଇଛନ୍ତି । ଶେଷରେ ସମସ୍ତ ନବନିର୍ବାଚିତ କର୍ମକର୍ତା ମାନଙ୍କୁ ନିର୍ବାଚନ ଅଧିକାରୀ ଶ୍ରୀ ମାଣିଆ ଈଶ୍ଵରଙ୍କ ନାମରେ ସପଥପାଠ କରାଇଥିଲେ । ସାମ୍ବାଦିକ ମାନଙ୍କର କଲ୍ୟାଣ ସହିତ ଜନ ସାଧାରଣ ମାନଙ୍କ ସମସ୍ୟା ପ୍ରତି ସଂଘ ତଥା ନବ ନିର୍ବାଚିତ କର୍ମକର୍ତ୍ତା ମାନେ ନିଷ୍ଠାର ସହକାରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ସଂଘ ର କାର୍ଯ୍ୟଧାରାକୁ ଆହୁରି ଆଗକୁ ନେବାପାଇଁ ନବନିର୍ବାଚିତ ସଭାପତି ଆହ୍ବାନ ଦେଇଥିଲେ ।
Comments are closed, but trackbacks and pingbacks are open.