ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ(ଭା.ପ୍ର.ସେ) , ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ଗାତା, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ଓ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଙ୍କ ଉପସ୍ଥିତି ରେ ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ଓ ଡ୍ରୀଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ।ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲାକ ସ୍ପଟ୍ ଚିହ୍ନଟ ଉପରେ ଗୁରୁତ୍ବ ଦିଆ ଯାଇଥିଲା।ଭୂତମୁଣ୍ଡାଇ ରୁ ଅଠର ବାଙ୍କି ରାସ୍ତା ରେ ଲୁହା ପଥର ବୋଝାଇ ଟ୍ରକ ଲାଇନ୍ ହୋଇ ରହିବା ପ୍ରମୁଖ ଦୁର୍ଘଟଣା ର କାରଣ ପାଲଟି ଥିବାରୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇ ଥିଲା। ରାସ୍ତା ପାର୍ଶ୍ଵବର୍ତ୍ତୀ ବୃକ୍ଷ ର ପେଣ୍ଟିଂ କରିବା,ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା, ରମ୍ବଲର ପେଣ୍ଟିଂ , କଟକ ପାରାଦ୍ଵୀପ ରାସ୍ତା ରେ ରେଲ୍ ଟେଲ ଦ୍ବାରା ସି ସି ଟି ଭି ଲଗାଇବା, ରୋଡ଼ ସାଇନେଜ୍ ର ଥାର୍ଡ ପାର୍ଟି ଅଡିଟ,ଟ୍ରାଫିକ୍ ମ୍ୟାନେଜମେଣ୍ଟ, ହାଇ ୱେ ରେ ଡ୍ରାଇଭର ମାନଙ୍କୁ ଅତ୍ୟଧିକ କୁହୁଡି ସମୟରେ ଭୋର୍ ୩ ଟା ରୁ ୬ ଟା ପର୍ଯ୍ୟନ୍ତ ମାଗଣା ଚା ଯୋଗାଇବା, ନାଇଟ ପାଟ୍ରୋଲିଂ,ମଦ୍ୟପାନ କରି ସହରରେ ନିଶା ଶକ୍ତ ଅବସ୍ଥା ରେ ବୁଲୁଥିବା ଯୁବ ପୀଢ଼ି ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା , ଲାଇସେନ୍ସ ପ୍ରଦାନ ସମୟରେ କଠୋର ନିୟମ ଲାଗୁ ଜଗତସିଂହପୁର ପୌରାଞ୍ଚଳ ର ମୁଖ୍ୟ କେନାଲ ଉପରେ ପାର୍କିଂ ବା ଗିଭ ଓ୍ବେ ର ସାଇନେଜ ,ବୁଲାପ୍ରାଣୀ ସମସ୍ୟା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା। ଗୁଡ଼ ସମାରିଟାନ ଭାବେ ଜୟ ପ୍ରସାଦ ନାୟକ, ଗୋପିନାଥ ମହାନ୍ତି,ସୁମିତ କୁମାର ସ୍ୱାଇଁ, ଦିପାଂଶୁ ପାତ୍ର, ସତ୍ୟପ୍ରକାଶ ବେହେରା, ଏସ କେ ରିୟାଜୁଦ୍ଦିନ, ପନର୍ଗ ନାରାୟଣ ବେହେରା, ଦେବିଦତ୍ତ ବିଶ୍ବାଳ, ସୌଭାଗ୍ୟ ରଞ୍ଜନ ସ୍ୱାଇଁ, ସଞ୍ଜୟ କୁମାର ସାହୁ, ପଙ୍କଜ କୁମାର ତରାଇ ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ପ୍ରକାଶ ଥାଉକି, ଜିଲ୍ଲା ରେ ଏଯାବତ ୬୬ଜଣ ବ୍ଯକ୍ତିଙ୍କୁ ଗୁଡ଼ ସମାରିଟାନ ଭାବେ ସମ୍ମାନୀତ କରାଯାଇଛି। ଜିଲ୍ଲା ରେ ୪୦ ଜଣ ଙ୍କୁ ରକ୍ଷକ ପ୍ରୋଗ୍ରାମ ରେ ଟ୍ରେନିଂ ପାଇଁ ପୁରସ୍କୃତ କରାଯାଇଛି ।ଆହୁରି ମଧ୍ଯ ଆଇ ଆର ଏ ଡି ବା ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ, ଇଲେକ୍ଟ୍ରୋନିକ ଡିଟେଲ ଆକ୍ସିଡେଣ୍ଟ ରିପୋର୍ଟ ର କାର୍ଯ୍ୟକାରିତା ବିଷୟ ରେ ଆଲୋଚନା କରା ଯାଇଥିଲା। ଏହା ସହିତ ଜିଲ୍ଲା ରେ ଦୁର୍ଘଟଣା ପ୍ରବଣ ସ୍ଥାନ ରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଗେଟ୍ ଗୁଡିକୁ ଚିହ୍ନଟ କରି ରି ଲୋକେସନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଓ ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ କମିଟି ର ବୈଠକ ଅନୁଷ୍ଠିତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ହିଟ ଆଣ୍ଡ ରନ୍ ଦୁର୍ଘଟଣା ର କ୍ଷତିପୂରଣ ବାବଦ ରେ ଜିଲ୍ଲା ସ୍ତରୀୟ କମିଟି ପକ୍ଷରୁ ଉପଜିଲ୍ଲାପାଳ ନିଜର ମନ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ, ନିର୍ବାହୀ ଅଧିକାରୀ, ପୌର ପରିଷଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ର ଅଧୀକ୍ଷଣ ଯନ୍ତ୍ରୀ, ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons