ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ଶୋୟ,ଜିଲ୍ଲା ଆରକ୍ଷୀ ଅଧକ୍ଷକ ବରୁଣ ଗୁଣ୍ଟୁ ପୋଲି ଷୋମବାର ଦିନ ହୋଇଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ବୈଠକ ରେ ଜଗଦାନ କରି ବାରିପଦା ଉପଖଣ୍ଡ 10ଟି ବ୍ଲକ୍ ଏବଂ ସଦର କୁମାର ବିଭିନ୍ନ ଅଭିଯୋଗ ଗୁଡ଼ିକ ଶୁଣାଣି କରିଛନ୍ତି, ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା, ଏହି ଶିବିରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧି ଖ୍ୟକ ଡାକ୍ତର ବିଜୟ କୁମାର ଦାସ୍ ଜଗ ଦେବା ସହ ଉପଖଣ୍ଡ ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମେତ ଉପଖଣ୍ଡ ଓ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟ ରେ ସହଜଗ କରିଥିଲେ ଆଜିର ଶୁଣାଣି ବାରିପଦା ଉପଖଣ୍ଡ ଅନ୍ତର୍ଗତ 4ଟି ବ୍ଲକ୍ ର ସର୍ବମୋଟ 214 ଟି ଅଭିଯୋଗ ଶୁଣାଣି ହୋଇଥିଲା, ସମସ୍ତ ଅଭିଯୋଗ ମାନଙ୍କ ମଧ୍ୟରେ ମୁଖ୍ୟତଃ ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ,ଜମି ସିମଙ୍କାନ,ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା , ଗମନା ଗମନ, ଭିନ୍ନ କ୍ଷମ ଙ୍କ ସାମାଜିକ ସୁରକ୍ଷା,ବାସ ଗୃହ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons