ଆକସ୍ମିକ ବଜ୍ରାଘାତରେ ଚାଲିଗଲା ଜୀବନ !

Get real time updates directly on you device, subscribe now.

{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଗୋଟିଏ ପରେ ଗୋଟିଏ କାଳବୈଶାଖୀ ବର୍ଷା ଜନିତ ଆକସ୍ମିକ ବଜ୍ରାଘାତରେ ଧନ ଜୀବନହାନି | ଦେବଗଡ଼ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ସୋମବାର ଅପରାହ୍ନ ରେ ପୁଣି ଅଲଗା ଅଲଗା ବଜ୍ରାଘାତ ଜନିତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ! ଘଟଣା ଟି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଖବର ଅନୁଯାୟୀ , ବାରକୋଟ ବ୍ଲକ ବନାକାଳ ଅଂଚଳରେ ୬ ଜଣ ଯୁବକ ବାଇକ ଯୋଗେ ବ୍ରାହ୍ମଣୀ ନଦୀ ଗର୍ଭରେ ଥିବା ଏକ ପୁରାତନ ମନ୍ଦିର ଦେଖିବାକୁ ଯାଇଥିଲେ | ଫେରୁଥିବା ସମୟରେ ବଜ୍ରାଘାତ ଜନିତ ଦୁର୍ଘଟଣାର ଶିକାର ହୋଇଥିଲେ | ଏକ ବାଇକ ଉପରେ ବଜ୍ରପାତ ହେବାରୁ ବାଇକଟି ଜଳିଯିବା ସହ ବାଇକ ସବାର ୨ ଜଣ ଯୁବକ ଘଟଣାସ୍ଥଳରେ ହିଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ | ଅନ୍ୟ ୪ ଜଣ ଗୁରୁତର ଆହତ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି | ବଜ୍ରାଘାତ ରେ ପ୍ରାଣ ହରାଇଥିବା ୨ ଯୁବକ ବସାଲୋଈ ପଞ୍ଚାୟତ ଆସନ ନାଳୀ ଗ୍ରାମ କଟାସାହି ର ବୁବୁନ୍ ସାମଲ ଏବଂ ପିତାସାହି ର ଡୋଲାମଣି ପେଣ୍ଠେଇ ବୋଲି ଜଣାପଡିଛି | ଆହତ ମାନଙ୍କ ମଧ୍ୟରେ ରୁଦ୍ର ଭୋଇ ( ୨୨ ) ସୁନିଲ ଲୁହୁରା ( ୨୨ ) ଜୁଏଲ ସାମଲ (୨୪ ) ଓ ତିରୁ ସାମଲ (୨୧ ) ଅଛନ୍ତି | ଅନ୍ୟ ପଟେ ଦେବଗଡ଼ ମିର୍ଗିଡିଆ ଅଞ୍ଚଳର ତେନ୍ତୁଳି ସାହିରେ ବଜ୍ରପାତ ହେବାରୁ ଘର ଅଗଣାରେ ଥିବା ରାଜା ମୁଣ୍ଡା ଓ ପତ୍ନୀ ବର୍ଷା ଗୁରୁତର ଆହତ ହୋଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ରାଜା (୨୬ ) ମୃତ୍ୟୁ ବରଣ କରିଥିବା ବେଳେ ବର୍ଷା ଚିକିତ୍ସାଧୀନ ଅଛନ୍ତି | ସୋମବାର ଅପରାହ୍ନ ରେ ହିଁ ବଜ୍ରାଘାତ ଜନିତ ଦୁର୍ଘଟଣା ରେ ୩ ଜଣଙ୍କ ମୃତ୍ୟୁ ଏବଂ ୫ଜଣ ଆହତ ଘଟଣା ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons