{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ମହାପରାୟଣ ଦିବସ ପାଳନ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି,, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ କୁମର ସାମନ୍ତରାୟ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଛାତ୍ର ନେତା କୃଷ୍ଣଚନ୍ଦ୍ର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ମହେଶ୍ୱର ବିଶ୍ବାଳ, ଆର୍ତ୍ତତ୍ରାଣ ଖଟେଇ, ରବିନ୍ଦ୍ର କୁମାର ସାହୁ, ରମେଶ ବିଶ୍ବାଳ,ପଂଚାନନ ପାଇଲ ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀ ଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା |
Comments are closed, but trackbacks and pingbacks are open.