ଶ୍ରୀ ଅନ୍ନ ଅଭିଯାନ ଆନୁକୂଲ୍ୟରେ ପୁଷ୍ଟି ଖାଦ୍ୟମେଳା ଅନୁଷ୍ଠିତ

Get real time updates directly on you device, subscribe now.

{ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ମୋରଡ଼ା ତା୧୧.୦୨.୨୦୨୫ରିଖ ମଙ୍ଗଳବାର ଦିବା୧୧ଘଟିକା ସମୟରେ ପାଟପୁର (ଶିଳଦା) ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବାଳିକା ଉଚ୍ଚ ବିବ୍ଯାଳୟ ପରିସରରେ ପୁଷ୍ଟି ଶସ୍ଯ ଖାଦ୍ଯମେଳା ଅନୁଷ୍ଟିତ ହୋଇଯାଇଛି। ସ୍ପାର୍ଡ଼ା ସହାୟକ ସଂସ୍ଥା ର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକଙ୍କ ପୌରହିତ୍ଯରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା। ମୂଖ୍ଯ ଅତିଥି ଭାବେ ମୋରଡ଼ାବ୍ଲକ୍‌ କୃଷି ଅଧିକାରୀ ସ୍ନେହାଶିଶ ସାହୁ, ମୁଖ୍ୟ ବକ୍ତା ସିଡ଼ିପିଓ ବିଜୟଲକ୍ଷ୍ମୀ ଦଣ୍ଡପାଟ,ଆଇସିଡ଼ିଏସ୍‌ ସୁପରଭାଇଜର ବାସନ୍ତୀ ନାୟକ,ସୁଷମା ପାଣିଗ୍ରାହୀ,କୃଷି ଅଧିଦର୍ଶକ ସତିଶ ଚନ୍ଦ୍ର ଦାସ,ବଳରାମ ପରିଡା, ଶୁଭ୍ର ଜ୍ୟୋତି ବେହେରା ଓ ଗ୍ରାମ୍ଯ କୃଷି କର୍ମୀ ମମତା ରାଉତ୍‌, ସ୍କୁଲର ପ୍ରଧାନ ଶିକ୍ଷକ ପଦ୍ମଲୋଚନ ମହାନ୍ତ ପ୍ରମୁଖ ଯୋଗ ଦେଇ ମାଣ୍ତିଆ ଶରୀର ପାଇଁ ଅନେକ ଉପକାରୀ ଖାଦ୍ଯ ଭାବେ ମତଦେଇ ଥିଲେ। ଏହାକୁ ନିୟମିତ ବ୍ଯବହାର କଲେ ଜଣେ ନିରୋଗ ଓ ସୁସ୍ଥ ଭାବେ ଜୀବନ ଯାପନ କରିପାରିବ। ଏଥିପାଇଁ ସମସ୍ତଙ୍କୁ ଏହାର ଫାଇଦା ନେବାକୁ ଉତ୍ସାହିତ କରିଥିଲେ। ବିଭିନ୍ନ ଗ୍ରାମରୁ ୨୦ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠି ନିଜ ହାତ ତିଆରି ନାନା ରକମର ମାଣ୍ତିଆ ପ୍ରସ୍ତୁତ ଖାଦ୍ଯ ଏଠାରେ ପ୍ରଦର୍ଶନ କରି ସମସ୍ତଙ୍କୁ ବାଣ୍ଟିଥିଲେ। ଏଥିରେ ସ୍ପାର୍ଡ଼ା ଅନୁଷ୍ଠାନର ସଂଜୟ ଦ୍ବାରୀ, ହୃଦାନନ୍ଦ ସାହୁ,ସାଓନା ମାର୍ଣ୍ତି, ଆଦିକନ୍ଦ ମହାନ୍ତ,ପୂର୍ଣ୍ଣଚନ୍ଦ୍ର ନାଏକ,ଉପେନ୍ଦ୍ର ପାତ୍ର, ବିକ୍ରମ ନାୟକ,ଯଶୋମତୀ ମହାନ୍ତ,ସିର୍ଜନ୍ କୃଷକ ସଂଗଠନର ନିର୍ଦ୍ଦେଶକ ସୁମିତ୍ରା ମହାନ୍ତ ଓ ଅର୍ପିତା ମହାନ୍ତ,ସି ଇ ଓ ମୋହନ ମୁର୍ମୁ,ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ପ୍ରମୂଖ ଅଂଶ ଗ୍ରହଣ କରି ଏହି କାର୍ଯ୍ଯ କ୍ରମକୁ ସଫଳ କରାଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons