{ ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବି ମା ଶାରଳା ଙ୍କ ପୀଠକୁ ଓଡିଶା ର କୋଣ ଅନୁକୋଣ ଭକ୍ତ ମାନେ ଦର୍ଶନ କରିବାକୁ ଆସି ଥାନ୍ତି।ଏହା ଏକ ପଯ୍ୟଟନ ସ୍ଥଳୀ ରୂପେ ମାନ୍ୟତା ପାଇ ଥିଲେ ମଧ୍ୟ୍ୟ ଗମନା ଗମନ ର ସୁବିଧା ନ ଥିବାରୁ ଅନେକ ଯାତ୍ରୀ ମା ଙ୍କ ଦର୍ଶନ ନିମନ୍ତେ ଆସିବା ପାଇ କୃଣ୍ଠା ପ୍ରକାଶ କରୁଛନ୍ତି।ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ ରେଳ ଷ୍ଟେସନ ନିକଟରୁ କନକପୁର ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଓ କୋଠାବାଡି ବିଭାଗ ଦ୍ବରା ରାସ୍ତା ସମ୍ପ୍ରସାରଣ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ପାଇ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ରାସ୍ତା କାମ ବିଳମ୍ବ ହେଉଥିବା ବେଳେ ରାସ୍ତାରୁ ପିଚୁ ତଡ଼ାଯାଇ ମେଣ୍ଟାଲ ଓ ଡଷ୍ଟ ବିଛାଯାଉଛି। ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା କିମ୍ଵା ରାଧେ ରାଧେ ତୋର ଅଧେ କୁ ମୋର ଅଧେ ନିତି କୁ ଆପଣେଇ ଉକ୍ତ ରାସ୍ତା କାମ ଟି ବିଳମ୍ବିତ ହେଉଛି।ଏହି ରାସ୍ତାଟି ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କର ମୁଖ୍ୟ ରାସ୍ତା ହୋଇଥିବା ବେଳେ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ସମେତ ମେଡିକାଲ, ସ୍କୁଲ, କଲେଜ ଓ ବିଭିନ୍ନ କାର୍ଯ୍ୟପାଇଁ ଏହି ରାସ୍ତା ଦେଇ ଜନସାଧାରଣ ମାନେ ଯାତାୟାତ କରୁଛନ୍ତି । ଦୁଇ ଦୁଇ କିଲୋମିଟର ରାସ୍ତାଟି ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟବରାଦ କରିଯାଇଥିଲେ ମଧ୍ୟ୍ୟ ଏପଯ୍ୟନ୍ତ କାମ ସରିବା ର ନା ଗନ୍ଧ ଧରୁନାହିଁ ଏଥିପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ମେଟାଲ ଓ ଡଷ୍ଟ ପଡିଥିବା ବେଳେ ଠିକାଦାର ରାସ୍ତାରେ ପାଣି ପକାଉନଥିବା କାରଣରୁ ପଥଚାରୀ ମାନେ ଧୂଳି ଧୂସରରେ ଅଣନିଶ୍ଵାସୀ ହୋଇପଡୁଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା ଦେଇ ୪ ଚକିଆ କିମ୍ବା ୬ ଚକିଆ ଯାନ ଯାତାୟାତ କରିଥିବା ବେଳେ ଗାଡି ପଛରେ ଯାଉଥିବା ଜନସାଧାରଣ ଧୂଳି ଧୂସରର ହୋଇପଡୁଥିବା ଦେଖିବାକୁ ମିଳୁଛି ।ଏହା କଣ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ଦେଖା ଯାଉନାହିଁ।ନା ଦେଖି ନ ଦେଖିବାର ଅଭିନୟ କରୁଛନ୍ତି।କାଯ୍ୟ ସ୍ଥଳୀ ରେ ସାଧାରଣ ଜନତା ଜାଣିବା ପାଇ ନା ଅଛି ଫଳକ ନା ଠିକାଦାର ଙ୍କ ନାମ ନା କେତେ ଟଙ୍କା ର କାଯ୍ୟ ଓ କଣ କଣ କାଯ୍ୟ ହେବ ତାହାର ସୂଚନା ଫଳକ ଦେଖିବାକୁ ମିଳୁନାହିଁ।କାଯ୍ୟ ଆରମ୍ଭ କେବେ ଓ ଶେଷ କେବେ ସାଧାରଣ ଜନତା ଜାଣି ପାରୁନାହାନ୍ତି। ଏହା କଣ ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା ନୁହେଁ ତ।ଏହି ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଛନ୍ତି।
Comments are closed, but trackbacks and pingbacks are open.