{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡି଼ଶା ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ୩ ଜିଲ୍ଲା ଗସ୍ତରେ ଆସି ଶେଷ ଦିନରେ ମୟୂରଭଞ୍ଜରେ ପହଞ୍ଚି ଜିଲ୍ଲା ଅଧିକାରୀ ମାନଙ୍କ ସହ ବୁଧବାର ଦିନ ଜିଲ୍ଲା ପରିଷଦ କନ୍ଫରେନ୍ସ ହଲରେ ସମୀକ୍ଷା ବୈଠକ କରିଥିଲେ ଏବଂ ପରେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ।୨୦୨୪-୨୫ ବର୍ଷର ଉକ୍ତ କମିଟିର ୯ମ ବୈଠକ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟତମ ସଦସ୍ୟ ତଥା ବିଧାୟକ ଭାବେ ଅଶ୍ୱିନୀ କୁମାର ପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ଏହି ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସମୀକ୍ଷା ବୈଠକରେ କାର୍ଯ୍ୟସୂଚୀ ଅନୁଯାୟୀ ଓ.ଏସ୍.ଆର.ଟି.ସି., ପର୍ଯ୍ୟଟନ, ଓଡ଼ିଶା ବନ ନିଗମ, ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିକ୍ କର୍ପୋରେସନ୍, ଓ.ପି.ଟି.ସି.ଏଲ୍., ଯୋଗାଣ ନିଗମ ଆଦି ଦ୍ଵାରା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଯୋଜନା ଆଦିର କାର୍ଯ୍ୟକାରୀତା, ସଫଳତା ଓ ସମସ୍ୟା ସମ୍ବନ୍ଧରେ ଟିକିନିକି ସମୀକ୍ଷା କରିଥିଲେ।ବିଶେଷ କରି ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତାର ସହ ତ୍ବରାନ୍ବିତ କରିବା ପାଇଁ କମିଟିର ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବିନା କଟନି ଛଟନି ରେ ଏଫ୍ଏକ୍ୟୁ ମାନର ଧାନ କ୍ରୟ ପ୍ରତି ଯତ୍ନବାନ ହେବାକୁ କୁହାଯାଇଥିଲା । ସେହିପରି ବାଲି ଉତ୍ତୋଳନରେ ମାଫିଆ ରାଜ୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ କମିଟି ନିର୍ଦ୍ଦେଶ ପ୍ରଦାନ କରିଥିଲେ।ସୂଚନା ଯୋଗ୍ୟକି କ୍ଷେତ୍ର ପରିଦର୍ଶନରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ କମିଟି ସଦସ୍ୟମାନେ ଯଶିପୁର ଅଂଚଳ ପରିଦର୍ଶନ କରି ସେଠାରେ ଅଭିଯୋଗ ଓ ସମସ୍ୟାର ତଦାରଖ କରିଥିଲେ । ନିଜ ମନ୍ତବ୍ୟରେ କମିଟି ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ଶ୍ରୀ ପଣ୍ଡା କହିଥିଲେଯେ ସାରା ଭାରତରେ ପ୍ରଥମ ରାଜ୍ୟ ଓଡିଶା ଯିଏକି ଚାଷୀ ମାନଙ୍କୁ ୮୦୦ ଟଙ୍କାର ସବସିଡି ପ୍ରଦାନ କରୁଛି ଏଣୁ ଏହି ଐତିହାସିକ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ଅନେକ ଧନ୍ୟବାଦ… କଥା ଦେଇ କଥା ରଖି ଥିବାରୁ ସରକାରଙ୍କୁ ସାଧୁବାଦ ଏବଂ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଯେ କୌଣସି ଚାଷୀ ମାନଙ୍କର ଏହି ଅଧିକାର ଯେପରି କ୍ଷୁର୍ଣ୍ଣ ନ ହେଉ। ସେହିପରି କମିଟିର ଅନ୍ୟ ସଦସ୍ୟ ମାନେ ଚାଷୀ ମାନଙ୍କର ସମସ୍ତ ସମସ୍ୟା ଶୁଣି ସମାଧାନ ପାଇଁ ଆଶୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଜିଲ୍ଲାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରି କମିଟିର ସଦସ୍ୟ ମାନେ ସନ୍ତୁଷ୍ଟି ପ୍ରକାଶ କରିବା ସହିତ ଯେଉଁ କାମ ଗୁଡିକ ସମୟ ସହିତ ବାଧାପ୍ରାପ୍ତ ହୋଇଛି ସେଗୁଡିକୁ ତୁରନ୍ତ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ଯଥାରୀତିରେ ଆଗେଇ ଚାଲିଥିବାରୁ ଅଧିକାରୀ ମାନଙ୍କୁ ତଥା ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଥିଲେ ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ କମିଟିର କ୍ଷେତ୍ର ସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକରେ ଉପସ୍ଥିତ ରହି ସମୀକ୍ଷାରେ ଆବଶ୍ୟକ ମତେ ସଂପୃକ୍ତ ବିଭାଗର ତଥ୍ୟ ଓ ସମସ୍ୟା ସମ୍ବନ୍ଧରେ କମିଟିକୁ ଅବଗତ କରାଇଥିଲେ । ସହକାରୀ କଲେକ୍ଟର ମାନସୀ ତରାଇ ଏହି ସମୀକ୍ଷା ବୈଠକ ଆୟୋଜନ ଓ ପରିପ୍ପଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସମ୍ପୃକ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ନିଗମ ମାନଙ୍କର ସାଧାରଣ ପରିପ୍ପଳକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆବଶ୍ୟକ ମତେ କମିଟି ନିକଟରେ ନିଜ ନିଜ ବିଭାଗାୟ ତଥ୍ୟ ଉପସ୍ଥାପନ କରିଥିଲେ ।
Comments are closed, but trackbacks and pingbacks are open.