ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ ୨୦୮ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ସ୍ଥାନୀୟ ଲାଲବଜାର ପ୍ରାଥମିକ ବିଦ୍ୟାଳୟ, ବାରିପଦା ପରିସରରେ ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଭିନ୍ନକ୍ଷମ ପିଲା ମାନଙ୍କୁ ନେଇ ଏକ ଜିଲ୍ଳା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଳା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତରେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା। ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ପାଣି ଓ ସ୍ବେଛାସେବୀ ସଂଗଠନ ସାଧନାର ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜିତ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଜିଲ୍ଳା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୁଇୟସୀ ପ୍ରଶଂସା କରିଥିବା ସହିତ ସେମାନଙ୍କ ମଧ୍ୟରେ ଥିବା ଲୁକାଇତ ପ୍ରତିଭାର ବିକାଶର ଏହା ଏକ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ, ତାଙ୍କ ଉଦବୋଧନରେ ଭୀମ ଭୋଇଙ୍କର ଏକ କବିତା ଗାନ କରି ପିଲା ମାନଙ୍କ ମଧ୍ୟରେ ଏକ ନୁତନ ସୂର୍ଯ୍ୟ ର ଆଲୋକ ଦେଖାଇଥିଲେ । ଜିଲ୍ଲାର ୨୬ ଗୋଟି ବ୍ଲକରୁ ୨୦୮ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଶ୍ରବଣ ଓ ବାକ ଶକ୍ତି ବିଭାଗରୁ ୭୮ ଜଣ, ଚଳନ ଶକ୍ତି ରହିତ ବିଭାଗରୁ ୭୮ ଜଣ, ମାନସିକ ଅନଗ୍ରସର ବିଭାଗରୁ ୨୬ ଜଣ ଓ ସ୍ୱଳ୍ପ ଦୃଷ୍ଟିବ।ଧିତ ବିଭାଗରୁ ୨୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶ୍ରବଣ ଓ ବାକ ଶକ୍ତି ବିଭାଗରୁ ବାରିପଦା ବ୍ଲକ ଅଧିନସ୍ଥ ପୋଲିସି ଲାଇନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧୟନରତ ନବମ ଶ୍ରେଣୀ ଛାତ୍ର ଶ୍ରୀ ଆଶୀଷ କୁମାର ବେହେରା, ଚଳନ ଶକ୍ତି ରହିତ ବିଭାଗରୁ ଠାକୁରମୁଣ୍ଡା ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ, ଦିଗଧରରେ ଅଧୟନରତ ଦଶମ ଶ୍ରେଣୀର ଛାତ୍ରୀ କୁମାରୀ କଲ୍ପନା ମଲିକ, ମାନସିକ ଅନଗ୍ରସର ବିଭାଗରୁ କରଞ୍ଜିଆ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଗାଁରେ ଅଧୟନରତ ଦଶମ ଶ୍ରେଣୀ ଛାତ୍ର ବାପୁନ ସୁତାର ଓ ସ୍ୱଳ୍ପ ଦୃଷ୍ଟିବାଧିତ ବିଭାଗରୁ ବାରିପଦା ବ୍ଲକ ଶ୍ରୀପଦଗଞ୍ଜ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ପଞ୍ଚମ ଶ୍ରେଣୀ ଛାତ୍ରୀ ସସ୍ମିତା ଚାନ୍ଦ ଯଥାକ୍ରମେ ପ୍ରତ୍ଯେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ନଗଦ ଟ ୨୦୦୦.୦୦ (ଦୁଇ ହଜାର ଟଙ୍କା) ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯିବ । ଅନ୍ୟ ସମସ୍ତ ପ୍ରତିଯୋଗି ମାନଙ୍କୁ ସ୍ବାନ୍ତନା ମୂଳକ ପୁରସ୍କାର ସହ ମାନପତ୍ର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ସମଗ୍ର ଶିକ୍ଷା ମୟୂରଭଞ୍ଜର ଜିଲ୍ଳା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀ ନିରଞ୍ଜନ ନାୟକଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଆୟୋଜନ କରାଯାଇଥିଲା । ବିଶୋଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟ।ଲୟର ଅନ୍ତର୍ନିବେଶି ସାଧନ କର୍ମୀ ଶ୍ରୀ କିଶୋର କୁମାର ସାହୁ ଧନ୍ୟବାଦ ଅପର୍ଣ କରିଥିଲେ । ବାରିପଦା ଉଚ୍ଚତର ବିଦ୍ୟାଳୟର ୨୦ ଜଣ ଏନ ଏସ ଏସ ଛାତ୍ର ଛାତ୍ରୀ, ସ୍ଵେଚ୍ଛାସେବୀ ସଂଗଠନ ସାଧନାର କର୍ମୀ ତଥା ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତ ସାଧନ କର୍ମୀଙ୍କ ସହିତ ଶ୍ରୀ ବିରେନ୍ଦ୍ର କୁମାର ସାହୁ, ରୋହିତ କୁମାର ବିଶ୍ଵାଳ, ରେଖାରଣୀ ଦାସ, ଦିଲ୍ଲୀପ କୁମାର ଦାସ ପ୍ରମୁଖ କାର୍ଯ୍ୟ ପରିଚାଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons