ବାହୁଡ଼ାରେ ସେବା ଦଳର ଉଲ୍ଲେଖନୀୟ ସେବା

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ସମାନ ସମୟରେ ଶ୍ରୀ କ୍ଷେତ୍ର ପୁରୀ ଓ ପାରଳାଖେମୁଣ୍ଡିରେ ସେବା ଯୋଗାଇ ପ୍ରଶଂସା ସାଉଁଟିଲେ ସେବା ଦଳବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ଚର୍ଚ୍ଚାରେ ରହିଥିବା ନୀଳମଣି ମିଶ୍ରଙ୍କ ନେତୃତ୍ୱାଧୀନ ସେବା ପ୍ରତିନିଧି ସେବା ଦଳ ବାହୁଡ଼ାରେ ମଧ୍ୟ ଅନୁରୂପ ଭାବେ ପୁରୀ ଲୋକନାଥ ରୋଡ଼ ସ୍ଥିତ ନିଗମାନନ୍ଦ ଆଶ୍ରମ ସହାୟତାରେ ୨୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ପ୍ରସାଦ ବିତରଣ କରିଥିଲେ। ଏହି ଦଳରେ ଥିବା ଛତ୍ରପୁର ଆଇ.ଆର.ଇ. ର କର୍ମଚାରୀ ଟୁଟୁ ନାୟକ, ମନୋରଞ୍ଜନ ବେହେରା ଓ ବି. ବୈରାଗୀଙ୍କ ସହଯୋଗରେ ହଜିଯାଇଥିବା କୁନି ପିଲାର ବାପମାଆଙ୍କୁ ଠାବ କରାଯାଇ ସେମାନଙ୍କ ପରିବାରକୁ ଏକାଠି କରାଯାଇଥିଲା। ସେହିପରି ହଟକିଶୋର ଦେହୁରୀ, ଡ଼ି ଧର୍ମା ରାଓ ଓ ଚନ୍ଦ୍ରମଣି ଦେହୁରୀଙ୍କ ନେତୃତ୍ୱାଧୀନ ଦଳ ବଡ଼ ଦାଣ୍ଡରେ ପଡିଥିବା ଅଳିଆ ଆବର୍ଜନାକୁ ରଥଟଣା ପୂର୍ବରୁ ପରିଷ୍କାର କରିଥିଲେ।ସମାନ୍ତରାଳ ଭାବେ ପବିତ୍ର ବାହୁଡା ଯାତ୍ରା ଅବସରରେ ପୂର୍ବରୁ ରଥଯାତ୍ରା ଦିନ ପୁରୀରେ ଏହି ଦଳର ନେତୃତ୍ୱ ନେଉଥିବା ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ପାରଳାଖେମୁଣ୍ଡି ସ୍ଥିତ ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ ଓ ଭାରତୀୟ ମାନବ ଅଧିକାର ପରିଷଦର ମୁଖ୍ୟ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ପାରଳାଖେମୁଣ୍ଡି ପୋଷ୍ଟ ଅଫିସ ରୋଡ଼ରେ ଏକ ବିଶାଳ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସାଦ ବିତରଣ ସେବା ପାରଳାଖେମୁଣ୍ଡି ସ୍ଥିତ ସାଇବର ଥାନାର ଡ଼ିଏସପି ସରିତା ବେଉରିଆଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଓ ସମସ୍ତ ଭକ୍ତବୃନ୍ଦଙ୍କୁ ପ୍ରସାଦରେ ଆପ୍ୟାୟିତ କରିଥିଲେ ସ୍ବେଚ୍ଛାସେବୀମାନେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସହଯୋଗର ଯଥାର୍ଥ ହାତ ବଢାଇଥିଲେ ବସନ୍ତ ନାଇଡୁ, ଦୟା ପାଲକା, ରମେଶ ପାତ୍ର, ସାଇ ଗଣେଶ, ଶ୍ରୀ କାନ୍ତ। ସମାନ ସମୟରେ ଗୋଟିଏ ଦଳର ଶ୍ରୀ କ୍ଷେତ୍ର ପୁରୀ ତଥା ପାରଳାଖେମୁଣ୍ଡିରେ ସେବା କାର୍ଯ୍ୟକୁ ନେଇ ସମସ୍ତ ଭକ୍ତମଣ୍ଡଳୀ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହିଭଳି ଭଲ କାମ କରିବାକୁ ପ୍ରୋତ୍ସାହିତ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons