ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ରାୟଗଡା ବ୍ଲକ ଅନ୍ତର୍ଗତ ଜିର।ଙ୍ଗ ପଞ୍ଚାୟତଠାରେ କାର୍ଜ୍ୟାଳୟର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ତରଫରୁ ଶିଶୁ ଚ।ଲାଣ ବିରୁଦ୍ଧରେ ଜନସଚେତନତା କାର୍ଯ୍ୟକ୍ରମ , ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ର ପ୍ରଚାର ପାଇଁ ଓ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ଉପରେ ଏକ ସାମୁହିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିର।ଙ୍ଗ ପଂଚାୟତର ବିଭିନ୍ନ ଗ୍ରାମରୁ ୩୦୦ ଶହରୁ ଉର୍ଦ୍ଧ ବ୍ୟକ୍ତି ଉପସ୍ଥିତ ଥିଲେ । ଶିଶୁ ବିକାଶ ପକଳ୍ପ କ୍ଷେତ୍ର ପରିଚାଳିକା ଲକ୍ଷ୍ମୀ ଦେବୀ, ପଞ୍ଚୟତର ସରପଞ୍ଚ ରିସପା ଭୂୟାଁ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାସ ପାତ୍ର ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ ହେଲା ନିକଟ ଅତୀତରେ ଜିରଙ୍ଗ ପଞ୍ଚୟତରେ ଘଟିଥିବା ଶିଶୁ ଚାଲାଣ ସମ୍ପର୍କିତ ତଥ୍ୟ ଜିର।ଙ୍ଗ ପଞ୍ଚାୟତବାସୀଙ୍କ ନିକଟରେ ଉପସ୍ଥାପନ କରିବା ସହିତ ଆଗାମୀ ଦିନରେ କିପରି ଶିଶୁ ଚ।ଲାଣ ନ ହେବ ସେଥିପାଇଁ ସମସ୍ତେ ସଚେନତା ହେବା ଓ ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷ। ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ରହି ଶିଶୁ ଚାଲାଣ କଣ, କିପରି ପରିସ୍ଥିତିରେ ଶିଶୁମାନେ ଚାଲାଣ ହୋଇଥାନ୍ତି , ଶିଶୁ ଚାଲାଣ ହୋଇ କେଉଁ କେଉଁ ଅସୁବିଧାର ସମୁଖିନ୍ନ ହୋଇଥାନ୍ତି ସେହି ବିଷୟରେ ବିଭିନ୍ନ ଦୃଷ୍ଟାନ୍ତ ମୂଳକ ଉଦାହରଣ ଦେଇ ଲୋକମାନଙ୍କୁ ବୁଝିଇଥିଲେ । ଏଥି ସହିତ ଶିଶୁ ମାନଙ୍କ ପାଇଁ କେଉଁ କେଉଁ ଯୋଜନା ସବୁ ରହିଛି ତାହା ମଧ୍ୟ ଉପସ୍ଥାପନ କରିଥିଲେ । ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ର ଉପକାରିତା ସମ୍ପର୍କରେ ବିଶେଷ ଭାବରେ ବୁଝାଇଥିଲେ ।ପିତାମାତାଙ୍କ ଅବହେଳା ଯୋଗୁ ବିଭିନ୍ନ ସମୟରେ ଆଧାରୁ ପାଠପଢା ଛାଡିବ। ଦ୍ବାରା ସେମାଙ୍କର ଭବିଷ୍ୟତ ଅନ୍ଧକାର ହୋଇଯାଉଛି ଏବଂ ଏହି ଶିଶୁ ମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେବାସହ ଶୋଷଣର ମଧ୍ୟ ଶିକାର ହେଉଛନ୍ତି । କୌଣସି ଶିଶୁ ଯେପରି ତାଙ୍କର ଅଧିକ।ରରୁ ବଞ୍ଚିତ ନହୁଏ କିମ୍ବ। ବିପଦ ସଙ୍କୁଳ ପରିବେଶକୁ ଚାଲି ନ ଯାଏ ସେଥି ନିମନ୍ତେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ତରଫରୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଆଲୋଚନା କରାଯାଇଥିଲା । ।ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତି ତରଫରୁ ସାମାଜିକ କର୍ମୀ ଶ୍ରୀ ସତ୍ୟବାନ ସାହୁ ପରିଚାଳନା କରିଥିଲେ ଓ ପଞ୍ଚୟତର ସମସ୍ତ କର୍ମକତା ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons