ରାଜକନିକା ବାଳିକା ଉଚ୍ଚ ବିଦ୍ୟାଳୟର ଲାଇବ୍ରେରୀ ସିଲିଂ ଖସିଲା

Get real time updates directly on you device, subscribe now.

{ କେନ୍ଦ୍ରାପଡ଼ା ବ୍ୟୁରୋ } : ୫ ଟି ଯୋଜନାରେ ହୋଇଥିବା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗକୁ ସତ୍ୟରେ ପରିଣତ କରି ଆଜି ରାଜକନିକା ସଦର ବାଳିକା ଉଚ୍ଚ ବିଦ୍ୟାଳୟର୍ ଲାଇବ୍ରେରୀ ରୁମର ସିଲିଂ ଖସିବା ଘଟଣା ସାମ୍ନାକୁ ଆସିଛି l ସୌଭାଗ୍ୟବଶତ ସିଲିଂ ଖସିବା ବେଳେ କୌଣସି ଛାତ୍ରୀ ବା ଶିକ୍ଷକ ସେଠି ନ ଥିବାରୁ ଏକ ବଡ଼ ଅଘଟଣ ଟଳି ଯାଇଛି l ପୁର୍ଵ ସରକାର ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଡ଼ିଓଙ୍କ ନାମରେ ଜଏଣ୍ଟ ବିଲ ପାସ ହେବାର ବ୍ୟବସ୍ଥା ଥାଇ ଦଳୀୟ ଠିକାଦାର ମାନଙ୍କ ଦ୍ୱାରା ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଏହି ବିଦ୍ୟାଳୟର କାମରେ ବଡ଼ ଧରଣର ଘୋଟଲା ହୋଇଥିଲା l ସେତେବେଳେ ନିମ୍ନ ମାନର କାର୍ଯ୍ୟକୁ ନେଇ ଅନେକ ଅଭଯୋଗ ହୋଇଥିଲେ ମଧ୍ୟ ଦାୟିତ୍ୱre ଥିବା ବ୍ଲକ ପ୍ରଶାସନ ଗୁରୁତ୍ୱର ସହ ନେଇ ନଥିଲା l ଆଜି ସିଲିଂ ଖସିବା ଘଟଣାରେ ରାଜକନିକା ବିଡ଼ିଓଙ୍କୁ ପଚାରିବାରୁ ସେ ଏକଥା ସ୍ୱୀକାର କରିବା ସହ ତିନି ବର୍ଷ ତଳର କାମ ହୋଇଥିଲା, କଣ ହୋଇଛି ମୁ ସମ୍ପୃକ୍ତ ଜେଇ ଙ୍କୁ ପଠାଇ ତଦନ୍ତ କରି କଣ ହୋଇପାରିବ ତାହା କରିବେ ବୋଲି କହିଛନ୍ତି l ତେବେ ସଦରର ଏହି ବାଳିକା ହାଇସ୍କୁଲର ସିଲିଂ ଖସିବା ପରେ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଯାଇ ଏ ଘଟଣା ବିଡ଼ିଓଙ୍କୁ ଜଣାଇଥିବା ସୂଚନା ମିଳିଛି l

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons