ଏନ୍‌ପିଏସ୍‌ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } ; ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଏନ୍‌ପିଏସ୍‌ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ଜଗଦ୍ଦୀଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସାମନ୍ତରା,ଲୁଲୁ ପଟ୍ଟନାୟକ,ସବିତା କୁମାରୀ ପତି ଓ ସୁଷମା ରାୟଗୁରୁଙ୍କୁ ମାନପତ୍ର ଉତ୍ତରୀୟ ଓ ଫଳକ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ କର୍ମମୟ ଜୀବନ ସଂର୍ପକରେ ଅତିଥି ମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ସୂର୍ଯ୍ୟ ନାଇକ,ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନମୋହନ ରଥ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜକାନ୍ତ ଶତପଥୀ,ବରିଷ୍ଠ ଶିକ୍ଷକ ସିଦ୍ଧାର୍ଥ କୁମାର ଶତପଥୀ,ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶାରେ ଶିକ୍ଷକ ମାନେ ଅନ୍ୟ ରାଜ୍ୟର ଶିକ୍ଷକଙ୍କ ତୁଳନାରେ ଅବହେଳିତ ଅବସ୍ଥାରେ ଅଛନ୍ତି। ଏନ୍‌ପିଏସ୍‌ ଅଧୀନରେ ଥିବା ଶିକ୍ଷକମାନେ ଅବସର ପରେ ପୂର୍ଣ୍ଣ ପେନସନ ପାଉନଥିବା ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏନ୍‌ପିଏସ୍‌ ଅଧୀନରେ ଥିବା ଶିକ୍ଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ପେନସନ ଯୋଜନା ଲାଗୁ କରିବା ସହ ଶିକ୍ଷକଙ୍କୁ ଉପଯୁକ୍ତ ଆର୍ଥିକ ସୁରକ୍ଷା ପ୍ରଦାନ କରିବାକୁ ମତପ୍ରକାଶ ପାଇଥିଲା। ଏହାକୁ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିବା ବେଳେ ବିଭୂ ପ୍ରସାଦ ମହାପାତ୍ର, ମୋହନ ସାହୁ ପ୍ରାରମ୍ଭିକ ସଙ୍ଗୀତ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ମନୋଜ ବେହେରା, ଆଶାଲତା ବେହେରା, ଶିଶିର କାନ୍ତ ପତି, ଶିବାଶିଷ ବେହେରା, ଭକ୍ତବନ୍ଧୁ ବିଷୋୟୀ, କାଳୀ ଚରଣ ସେଠୀ, ଅବିନାଶ ପଣ୍ଡା, ଗଙ୍ଗାଧର ପଣ୍ତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons