{ ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ } : ନୀତି ଦିନିଆ ଯାତାୟାତ ରାସ୍ତା ଖରାପ ଯୋଗୁ ରାସ୍ତା ରୋକ । ଯଥା ଶୀଘ୍ର ନୂତନ ରାସ୍ତା ତିଆରି ପାଇଁ ଗ୍ରାମବାସୀ ଙ୍କ ଦାବୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭଣ୍ଡାରିଗୁଡା ବାମନଦେଇଭଟା ଏବଂ କରାଗାଁ ଆଦି 3ଟି ପଂଚାୟତ ର ଶତାଧିକ ଲୋକେ ଆଜି ଡୁରକାଡଙ୍ଗରି ଛକ ନିକଟରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।
ଏହି ରାସ୍ତା ଦେଇ ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ପୋଡ଼ାଗଡ ପର୍ଯ୍ୟଟନ ସ୍ଥଳୀ ସହ 3ଟି ପଂଚାୟତ ର ଲୋକେ ଯାତାୟାତ କରୁଥିବା ବେଳେ ରାସ୍ତା ଖରାପ ଯୋଗୁ ଯାତାୟାତବେଳେ ବହୁ ଅସୁବିଧା ର ସମ୍ବୁଖୀନ ହେଉଛନ୍ତି ଏପରିକି ରୋଗୀ ,ଗର୍ଭବତୀ ,ଛାତ୍ର ଛାତ୍ରୀ ପର୍ଯ୍ୟଟକ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉ ଥିବା ଅଭିଯୋଗ । ତେଣୁ ଏହି ରାସ୍ତା କୁ ଯଥା ଶୀଘ୍ର ତିଆରି କରିବାକୁ ଦାବି କରି ଗ୍ରାମବାସୀ ରାସ୍ତା ରୋକ କରିଥିଲେ । ଅନ୍ୟପଟେ ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ କେମେରା ସାମ୍ନା ରେ କିଛି ନକହି ଯଥା ଶୀଘ୍ର ରାସ୍ତାର ମରାମତି କରାଯିବ ବୋଲି କହିଛନ୍ତି । ଏବଂ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଲା ପରେ ରାସ୍ତା ରୋକରୁ ଆହରି ଥିଲେ ।
Comments are closed, but trackbacks and pingbacks are open.