ଏଆଇଆଇଏମ୍ଏସ୍ କଲ୍ୟାଣୀରୁ ଏମବିବିଏସ୍ ରେ ସ୍ୱର୍ଣ୍ଣପଦକ ହାସଲ କଲେ ଗୁରାଣ୍ଡିର ଝିଅ ସର୍ମିଷ୍ଠା ରାଉତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ମାଟିର ଝିଅ ସର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS),କଲ୍ୟାଣୀରୁ ଏମବିବିଏସ୍ ଡିଗ୍ରୀ ହାସଲ କରିବା ସହିତ ତାଙ୍କ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ଖୁସିର ଲହରୀ ଖେଳିଯାଇଛି । ସର୍ମିଷ୍ଠା ଏମବିବିଏସ୍ ପାଠ୍ୟକ୍ରମ ସମୟରେ ଏକାଧିକ ପ୍ରମୁଖ ବିଷୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ଶରୀରରଚନା ବିଜ୍ଞାନ, ଜୈବରସାୟନ, ରୋଗବିଜ୍ଞାନ ଏବଂ ବିଷବିଜ୍ଞାନ ସମେତ ବିଭିନ୍ନ ବିଷୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବା ତାଙ୍କ ଶିକ୍ଷାଗତ ଉତ୍କର୍ଷର ପରିଚୟ ଦେଇଛି । ଏମବିବିଏସ୍ ଶିକ୍ଷାରେ ଏପରି ଉଲ୍ଲେଖନୀୟ ସଫଳତା ହାସଲ କରି ସର୍ମିଷ୍ଠା ନିଜ ପରିବାର ସହିତ ଗୁରାଣ୍ଡି ଗ୍ରାମ ଓ ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସର୍ମିଷ୍ଠାଙ୍କ ପିତା ସୁରେନ୍ଦ୍ର ରାଉତ ଜଣେ ଇଞ୍ଜିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଏବଂ ମାତା ଡା. କୃଷ୍ଣା ପାତ୍ର ଜଣେ ଚକ୍ଷୁରୋଗ ବିଜ୍ଞାନର ପ୍ରଫେସର ବୋଲି ଜଣାପଡିଛି । ଉଭୟଙ୍କ ଶିକ୍ଷା ଓ ପେଶାଗତ ଜୀବନ ଉଚ୍ଚଶିକ୍ଷା ସହିତ ଜଡ଼ିତ । ବର୍ତ୍ତମାନ ଉଭୟେ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ଗୁରାଣ୍ଡି ଗ୍ରାମ ସହିତ ସେମାନଙ୍କର ଗଭୀର ସମ୍ପର୍କ ରହିଛି । ସର୍ମିଷ୍ଠାଙ୍କ ପରିବାରର ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ମଧ୍ୟ ଚିକିତ୍ସା କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିଛନ୍ତି । ଏବେ ସର୍ମିଷ୍ଠା ମଧ୍ୟ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ଜାରି ରଖିବାକୁ ପ୍ରସ୍ତୁତ ହେଉଛନ୍ତି । ସର୍ମିଷ୍ଠାଙ୍କ ଏହି ସଫଳତା ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ପାଇଁ ଏକ ପ୍ରେରଣାର ବିଷୟ ହୋଇଛି ବୋଲି ଆଲୋଚନା ହେଉଛି । ସର୍ମିଷ୍ଠା ରାଉତଙ୍କ ଏହି ସଫଳତାରେ ଗୁରାଣ୍ଡି ଗ୍ରାମବାସୀଙ୍କ ସମେତ ଗୁରାଣ୍ଡି ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ବୃନ୍ଦ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons