କୁଚିଣ୍ଡା ମହାବିଦ୍ୟାଳୟରେ “ପରିବେଶ ଦୃଷ୍ଟିରୁ ସ୍ଥାୟୀ ବିକାଶ ଲକ୍ଷ୍ୟ” ସେମିନାର ଆୟୋଜିତ

Get real time updates directly on you device, subscribe now.

{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟରେ ବିଜ୍ଞାନ ପରିଷଦ ତରଫରୁ ପରିବେଶ ଦୃଷ୍ଟିଭଙ୍ଗୀରୁ : ସ୍ଥାୟୀ ବିକାଶ ଲକ୍ଷ୍ୟ ଶୀର୍ଷକ ସେମିନାର ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନର ପ୍ରଫେସର ଡଃ. ମଳୟ ରଞ୍ଜନ ମହାନନ୍ଦ ବକ୍ତା ଭାବେ ଯୋଗଦେଇ ଏକ ତଥ୍ୟ ଭିତ୍ତିକ ତଥା ଚିନ୍ତା ଜନକ ନିବନ୍ଧ ଦ୍ଵାରା ଧାରଣୀୟବିକାଶ , ଏହାର ସଂଜ୍ଞା, ଉପାଦାନ, ଉତ୍ସ ,ଲକ୍ଷ୍ୟ,ଏହାର ନିୟମାବଳୀ ଏବଂ ସୂଚକ ସମ୍ବନ୍ଧରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପରିବେଶର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଏଥିରେ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ର ରିତେଶ ଠାକୁର ଏବଂ ଲିପି ନାଏକ “ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ହିଁ ରୋଗର ମୂଳ କାରଣ ” ନାମକ ଏକ ନିବନ୍ଧ ପାଠ କରିଥିଲେ। ଉପସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ ପ୍ରାରମ୍ଭିକ ସୂଚନା ଦେଇ ବିଷୟବସ୍ତୁ ସମ୍ବନ୍ଧରେ ମତ ରଖିଥିଲେ। ଶ୍ରୀଯୁକ୍ତ ନିର୍ମଳ ଉର୍ମା ଅତିଥି ପରିଚୟ ଦେଇଥିଲେ ଏବଂ ଶ୍ରୀମତୀ ରିତୁପ୍ରିୟ ନାଏକ ବିକାଶରେ ବିଜ୍ଞାନର ଅବଦାନ ସହିତ ପରିବେଶର ସୁରକ୍ଷା କ୍ଷେତ୍ରରେ ବିଜ୍ଞାନର ଭୂମିକା ବିଷୟରେ ମତ ରଖିବା ସହିତ ସେମିନାର ସଂଯୋଜନା କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ସଭାପତି, ପୁରାତନ ଛାତ୍ର ସଂସଦ , ଡଃ.ଦିଲ୍ଲୀପ କୁମାର ନନ୍ଦ , ପ୍ରମୋଦ ସ୍ୱାଇଁ, ଦୀପକ ବିଶ୍ଵାଳ, ସୁଷମା କର, ମଞ୍ଜୁଶ୍ରୀ ଦାସ, ସଂଯୁଶ୍ରୀ ସାହୁ , ମହାଦେବ ମେହେର , ଚନ୍ଦନ ଖଣ୍ଡଗିରି, ସୁଜିତ୍ ପୃଷେଠ, ଜିତେନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ଶର୍ମା ପ୍ରଭୃତି ଯୋଗଦେଇଥିଲେ। +୩ ଏବଂ+୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଅଧ୍ୟାପକ ସତ୍ୟମ୍ ପଟେଲ ରସାୟନ ବିଜ୍ଞାନ ଅଧ୍ୟାପକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons