ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ଆସନ୍ତା ଡିସେମ୍ବର ମାସ ୬ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ମୟୁରଭଂଜ ଗସ୍ତରେ ଆସି ବହୁ ପ୍ରତିକ୍ଷୀତ ଜିଲା ରେ ତିନୋଟି ନୂତନ ରେଳ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ବିଭିନ୍ନ କାର୍ଯ୍ୟ କ୍ରମ ରେ ଯୋଗ ଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି, ମହାମହିମ ଆସିବା ଏବଂ ତତ୍ ସଂଲଗ୍ନ ସମସ୍ତ କାର୍ଯ୍ୟକ୍ରମ କୁ ସଠିକ୍ ଭାବେ ପରିଚାଳନା ଓ ସଞ୍ଚାଳନ ପାଇଁ ଜିଲ୍ଲାପ୍ରଶାସନ ଖୁବ୍ ତତ୍ପରତା ସହିତ କାର୍ଯ୍ୟ କରିବା ଆରମ୍ଭ କରିଛି ଗତ ସପ୍ତାହରେ ମୁଖ୍ୟ ପ୍ରଶାସକ ମନୋଜ ଆହୁଜା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହେବା ପରେ ଜିଲଲାପାଳ ଶ୍ରୀ ହେମ କାନ୍ତ ଶୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁ ପଲ୍ଲୀ ଙ୍କ ତତ୍ତ୍ଵାବଧାନରେ ସମସ୍ତ ବରିଷ୍ଠ ଅଧିକାରୀ ଙ୍କ ସହିତ ଏଥି ନିମନ୍ତେ ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି, ସୂଚନା ମୁତାବକ ୬ତାରିଖ ଦିନ ମହାମହିମ ଜନ୍ମ ମାଟି ଉପର ବେଢ଼ା ଗ୍ରାମ କୁ ଗସ୍ତ କରି ସେଠାରେ ରାଷ୍ଟ୍ରପତି ପାଠ ପଢୁଥିବା ଉପର ବେଢ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ପରେ ସଡ଼କ ପଥରେ ରାଇରଙ୍ଗପୁର ସ୍ଥିତ ବାସଭବନ ରେପହଞ୍ଚି ବା ସହ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ରେ ପହଞ୍ଚି SLS ଟ୍ରଷ୍ଟ ପକ୍ଷରୁ ଏକ ଯା ନ ର ଲୋକାର୍ପଣ କରିବେ ଏଥିସହିତ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନଙ୍କ ସହ ଆଲୋଚନା କରିବେ ପରେ ପୂର୍ନେଶ୍ୱର୍ ମହାଦେବ ମନ୍ଦିର କୁ ଯାଇ ଦେବ ଦର୍ଶନ କରିବା ସହିତ ନୂତନ ଭାବେ ସ୍ଥାପିତ ଶ୍ରୀ ଗଣେଷ ପ୍ରତିମୂର୍ତ୍ତି ଙ୍କୁ ଆରତୀ କରିବା ପରେ ରାଇରଙ୍ଗପୁର ବାସଭବନ ରେ ରାତ୍ରି ଯାପନ କରିବେ,ଏହା ପରେ ୭ ତାରିଖ ଦିନ ବାଙ୍ଗିରିପୋଷି ସ୍ଥିତ ଅସ୍ଥାୟୀ ହେଲି ପେଡ ରେ ଦିନ ୧୦ ଟା ରେ ପହଞ୍ଚି ନୂତନ ରେଳପଥ ବାଙ୍ଗିରିପୋଷି – ଗୋରୁମହିଷାଣୀ, ବୁଡ଼ା ମାରା – ଚକୁଳିଆ,ଓ ବାଦାମ ପାହାଡ – କେନ୍ଦୁଝର ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ର କାର୍ଯ୍ୟ କ୍ରମ ରହିଛି, ଏଥି ସହିତ ଭିଡିଓ କନ୍ଫାରେନ୍ସ ମାଧ୍ୟମ ରେ ଟ୍ରାଇବାଲ ରିଶୂର୍ସ ସେଣ୍ଟର ଦାଣ୍ଡ ବୋଷ ଏୟାର ଷ୍ଟ୍ରିଫ୍ଟ ଓ ଉପଖଣ୍ଡ ଚିକିତ୍ସାଳୟ ର ପୁନରୁଦ୍ଧାର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ସୁରକ୍ଷା ଦୃଷ୍ଟି ରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ପୋଲିସ୍ ଅଧିକାରୀ ମାନେ ଆସି ଘଟଣା ସ୍ଥଳରେ ବୁଲି ସ୍ଥିତି ତର୍ଜମା କରିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନେଇଛନ୍ତି,ମୟୁରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟ କ୍ରମ ଶେଷ ହେବା ପରେ ମହାମହିମ ସେହି ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ସୂଚନା ମିଳିଛି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons