{ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଆଜି ଭଂଜନଗର ବ୍ଲକ୍ ସାନକୋଦଣ୍ଡା ପଞ୍ଚାୟତ ବଡପଥରା ଗାଁରେ ଶ୍ରୀ ରାଧାକୃଷ୍ଣ ଙ୍କ ଦୋଳ ଉତ୍ସବ ଯାତ୍ରା ଆରମ୍ଭହୋଇ ଯାଇଛି । ଗ୍ରାମର ମଙ୍ଗଳୁ ଗୌଡ଼ , ମହେଶନ ଗୌଡ଼, ଭଞ୍ଜ ଗୌଡ଼, ସନ୍ତୋଷ ଗୌଡ଼, କାଳିଆ ଗୌଡ଼, ବିଜୁଳି ଗୌଡ଼, ଜିତୁନୁ ଗୌଡ଼, ଟୁନା ଗୌଡ଼ ଠାକୁର ବିମାନ ଧରିବାରେ ସହଯୋଗ କରିଥିଲେ। କରୁଣା ଗୌଡ଼, ସତ୍ୟବାନ୍ ସ୍ୱାଇଁ, ପୁରିଆ ଗୌଡ଼, ସୁବାସ ଗୌଡ଼, ସୁଶାନ୍ତ ସ୍ୱାଇଁ, ସନ୍ତ ଗୌଡ଼, ବମ୍ବି ସ୍ୱାଇଁ, ଅଶୋକ ଗୌଡ଼, ପିତାମ୍ବର ଗୌଡ଼, କାଳିଆ ଗୌଡ଼, ଚାମରା ଛତା ଓ ଆଳତିରେ ସହଯୋଗ କରିଥିଲେ। ଗ୍ରାମର ସଭାପତି ଶିବରାମ ଗୌଡ଼, ସେକ୍ରେଟାରୀ ସୁରେଶ୍ ଗୌଡ଼ , ମନ୍ଦିର ଟ୍ରଷ୍ଟି ଭାସ୍କର ଗୌଡ଼,କମିଟି ରାମକୃଷ୍ଣ ଗୌଡ଼, ସନ୍ତୋଷ ବିଷୋୟୀ, ଜୟରାମ ଗୌଡ଼,ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସଂଯୋଗ କରିଥିଲେ ଚଳ ଚଞ୍ଚଳ ରାଧାକୃଷ୍ଣ ମନ୍ଦିରରୁ ରାଧାକୃଷ୍ଣଙ୍କୁ ମନ୍ଦିରରୁ ନେଇ ଗ୍ରାମର ପରିକ୍ରମା କରିଥିଲେ ।ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ ରେ ଠାକୁରଙ୍କୁ ନଗର ପରିକ୍ରମା କରି ଭଜନ କୀର୍ତ୍ତନ,ଘଣ୍ଟ,ଗିନି, ମୂର୍ଦଙ୍ଗ, ବାଣ ପଟୁଆର ରେ ଗ୍ରାମରେ ଖୁସିର ଲହରୀ ଖେଳିଯାଇଥିଲା ।


Comments are closed, but trackbacks and pingbacks are open.