{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଭିନ୍ନ ବଜାର ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବାରେ ଲାଗିଛି।ଚନ୍ଦାପାଟ ହାଟ ମିନାବଜାର ଛକ,ପଣ୍ଡୁଆ ବଜାର ରାହାମା ମାଛ ମାର୍କେଟ ନିକଟରେ ହଂସୁରା ବାଣସରା,ବାଲିକଣି, ପଙ୍କପାଳ ଆଦି ବଜାର ଓ ଛକ ସ୍ଥାନ ମାନଙ୍କରେ ଦିନକୁ ଦିନ ଚୋରା ମଦ ବେପାରୀ ଖୁଲମ୍ ଖୁଲା ଭାବରେ ମଦ ବିକ୍ରି କରି ମାଲେମାଲ ହେଉଛନ୍ତି। ଯାହା ଫଳରେ ଯୁବ ପିଢ଼ି ନିଶା ଶକ୍ତ ହୋଇ ଅସାମାଜିକ କାର୍ଯ୍ୟ କରିବାକୁ ପଛାଉନାହାନ୍ତି । ଏହି ଚୋରା ମଦ ବେପାର ବେପାରୀ ମାନେ ସନ୍ଧ୍ୟା ସମୟରେ ବଜାର ଅଞ୍ଚଳରେ ପସରା ମେଲାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।ଏଠି ପ୍ରଶ୍ନ ଉଠିଛି ଅବକାରୀ ବିଭାଗ ପାଖରେ ଖବର ଥାଇ ମଧ୍ୟ କାହିଁକି ନୀରବ ଦ୍ରଷ୍ଟା ସାଜିଛି ତାହା ବୁଝା ପଡୁନାହିଁ।ପ୍ରକାଶ ଥାଉକି ବିଗତ ଦିନରେ ଅବକାରୀ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବରେ ଚଢ଼ାଉ କରି ଛାଡ଼ି ଦେବା ଓ ମଦ ନପାଇ ଲୋକ ହସା ଭଳି ଦୃଶ୍ୟ ଦେଖୁବାକୁ ମିଳିଥିଲା।ଗୋଟିଏ ପଟେ ଅବକାରୀ ବିଭାଗର ଉଦାଶନୀୟତା ଓ ଅପରପକ୍ଷେ ଚୋରା ମଦ ବେପାରୀ ଚୋରା ମଦ ବିକ୍ରି କରି ମାଲେ ମାଲ ହେବାକୁ ନେଇ ସାଧାରଣରେ କୌତୁହଳ ସୃଷ୍ଟି କରିଛି ।ଚୋରା ମଦ ବେପାରୀ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ଚାଲିଛି ମଦ କାରବାର ବୋଲି ଚର୍ଚ୍ଚା ଜୋର ଧରିଛି ଏହି ଚୋରା ମଦ ବିକ୍ରି ବନ୍ଦ କରିବା ସହ ଚୋରା ମଦ ବେପାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ସମାଜସେବୀ ନୃସିଂହ ଚରଣ ସେନାପତି,ପ୍ରଦୀପ କୁମାର ବେଉରା,ଫକିର ଦାସ, ଆଡଭୋକେଟ ଡ. ସୁନାକର ବେହେରା,ନୂଆଡିହି ପଞ୍ଚାୟତ ସମିତି ସଭ୍ୟ ବିଭୁତିଭୂଷଣ ମହାନ୍ତି, ମନୋଜ କୁମାର ସାହୁ, ଶ୍ରୀକାନ୍ତ ଲେଙ୍କା ପ୍ରମୁଖ ଦାବି କରିଛନ୍ତି।


Comments are closed, but trackbacks and pingbacks are open.