{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଧାନ ମଣ୍ଡିରେ ପ୍ରାୟ ୧୮୦୦୦ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ସରକାର ଏଫ.ଏ.କୟୁ ମାନର ଧାନକୁ ପ୍ରାଧାନ୍ୟ ଦେଇ କିଲୋ ପ୍ରତି ୩୧ ଟଙ୍କା ପ୍ରଦାନ କରୁଥିବା ବେଳେ ମିଲର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଧାନ ମଣ୍ଡି ରୁ ଉଠି ପାରୁ ନାହିଁ। ଚାଷୀଙ୍କ କହିବା ଅନୁଯାଇ ଭୋଜପୁର ମଣ୍ଡିକୁ ଆସୁଥିବା ଧାନ ଏଫ.ଏ.କୟୁ ମାନର ହୋଇଥିବା ଯୋଗୁଁ ମିଲର ମାନେ ଏହାକୁ ନେବାପାଇଁ କୁଣ୍ଠାବୋଧ କରୁଛନ୍ତି ଯେଉଁଥିପାଇଁ ଭୋଜପୁର ମଣ୍ଡି କୁ ଆସିଥିବା ଚାରି ଜଣ ମିଲର ଏଠାରୁ ଧାନ ସଂଗ୍ରହ କରିବାକୁ ମନା କରିଦେଇଛନ୍ତି। ମିଲର ପକ୍ଷରୁ ଭୋଜପୁର ମଣ୍ଡି ରେ ଥିବା ବିଭିନ୍ନ ଚାଷୀଙ୍କ ଧାନ ଯାଞ୍ଚ କରିଥିଲେ ହେଲେ ଏହି ଧାନ ଏଫ ଏ କୟୁମାନର ଥିବାରୁ ସେମାନେ ଧାନ କ୍ରୟ ନ କରି ଫେରିଯାଇ ଥିଲେ ଏଭଳି ପରିସ୍ଥିତିରେ ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଅନେକ କଷ୍ଟ ହେଉଛି। ହେଲେ ବର୍ତମାନ ପରିସ୍ଥିତି ରେ ଚାଷୀ ତାର ଧାନ କାହାକୁ ବିକ୍ରି କରିବ ତାହା ଚିନ୍ତାର ବିଷୟ ଏଭଳି ପରିସ୍ଥିତି ରେ ଭୋଜପୁର ଅଞ୍ଚଳ ରେ ଦଲାଲ ମାନେ ସକ୍ରିୟ ହୋଇ ଚାଷୀଙ୍କ ଠାରୁ ଧାନ କମ ଦାମ ରେ ନେଇ ସିଧାସଳଖ ମିଲର କୁ ବିକ୍ରି କରିବାକୁ ଏକ ସୁଯୋଗ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏପରିକି ମଣ୍ଡି ଖୋଲିବା ଦିନରୁ ଆଜି ପର୍ଯ୍ୟନ୍ତ ଏହି ଧାନ ମନ୍ଦିରୁ ଥରେ ମଧ୍ୟ ଧାନ ଗାଡି ଉଠି ନହିଁ ଏଥିପାଇଁ ଏହା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ଭୋଜପୁର ମଣ୍ଡି କୁ ଆସୁଥିବା ଚାଷୀଙ୍କ ଧାନ ଉତ୍ତମ ମାନର ଏ ଗ୍ରେଡ଼ ରେ ଏଫ.ଏ.କୟୁ ମାନରଧାନ ହୋଇଥିବା ରୁ ମିଲର କଟନୀ ଛଟନି କରିପାରୁନାହାନ୍ତି ଓ ଚାଷୀଙ୍କ ଠାରୁ ଧାନ ନ କିଣି ମଣ୍ଡିରୁ ପଳାଉଛନ୍ତି ଯେଉଁଥି ପାଇଁ ଦଲାଲ ମାନେ କମ ଦାମ ରେ ଚାଷୀଙ୍କ ଠାରୁ ଧାନ କିଣି ନେଉଥିବାରୁ ସରକାର ଙ୍କ ପକ୍ଷରୁ ଧାନ କୁଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କୁ ନେଇ ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି କି ମିଲର ଧାନ ନ କିଣିଲେ ଚାଷୀଙ୍କ ଠାରୁ ଧାନ କିଏ ନେବ।
Comments are closed, but trackbacks and pingbacks are open.