ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ ନୀରବତାକୁ ନେଇ ଉଠିଛି ପ୍ରଶ୍ନ ?

Get real time updates directly on you device, subscribe now.

{ ତିର୍ତୋଲ୍ ରୁ ପ୍ରସନ୍ନଜିତ ଦାସ } :- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ର ମଣ୍ଡଳ ଶିକ୍ଷାଧିକାରୀଙ୍କ କାଯ୍ୟାଳୟ ଅଧିନରେ କାଯ୍ୟ କରୁଥିବା ତିନି ଜଣ ସାଧନ କେନ୍ଦ୍ର ସଂଯୋଜକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାଯ୍ୟାଳୟ ରେ ବସି ପ୍ରତେକ କାଯ୍ୟକୁ ତଦାରଖ କରିବା ସହିତ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଶିକ୍ଷକ ଓ ଅଭିଭାବକ ମାନଙ୍କୁ କାଯ୍ୟାଳୟ ଭିତରକୁ ପ୍ରବେଶ କରାଇ ନ ଦେବା।କାଯ୍ୟାଳୟ ରେ କାଯ୍ୟ କରୁଥିବା ଅନ୍ୟ କର୍ମଚାରୀ ମାନଙ୍କୁ ଭୟଭିତ କରି ନିଜ ଇଚ୍ଛା ମୁତାବକ କାଯ୍ୟ କରିବା ପାଇଁ ବାଧ୍ୟ କରିବା ସହିତ ମଣ୍ଡଳ ଶିକ୍ଷାଧିକାରୀ ଙ୍କୁ ନାଲି ପାଣି ଦେଇ କରାୟତ କରି ନିଜ କାଯ୍ୟ ହାସଲ କରିବା।ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କର ହାତ ଗୁଞ୍ଜା ନେଇ ସେମାନଙ୍କ ର କାଯ୍ୟ କରିବା ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏମାନଙ୍କ କଥାରେ ପରିଚାଳନା ହେଇନାହାନ୍ତି। ସେମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନ ଦେବା ଭଳି ବିଭିନ୍ନ ଅଭିଯୋଗ ହେଉଥିଲେ ମଧ୍ୟ ଏହି ତିନି ଜଣ C. R. C. C ଉପରିସ୍ଥ ଅଧିକାରୀଙ୍କୁ କରାୟତ କରି ସବୁ ଅଭିଯୋଗକୁ ରଫାଦଫା କରିବାରେ ସିଦ୍ଧହସ୍ତ। ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ତିର୍ତ୍ତୋଲ ମଣ୍ଡଳ ରେ କାଯ୍ୟ କରିବା ସହିତ ଏରସମା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଜଗନ୍ନାଥପୁର ହାଇସ୍କୁଲ, ତିର୍ତ୍ତୋଲ ଓ କନକପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବେ ମଧ୍ୟ କାଯ୍ୟ କରୁଥିବା ଜାଣିବାକୁ ମିଳିଛି। କିଭଳି ଜଣେ ଲୋକଙ୍କୁ ୫ ଟି ଦାୟିତ୍ୱ ପ୍ରଦାନ କରାଯାଇଛି ତାହା ବୁଝା ପଡୁନାହିଁ। ଏହା ଜିଲ୍ଲା ପ୍ରଶାସନର ଜାଣତରେ ହୋଇଛି ନା ଅଜାଣତରେ ତାହା ତଦନ୍ତ କଲେ ସତକଥା ଜଣାପଡିବ। ୩ ଜଣ ସାଧନ କେନ୍ଦ୍ର ସଂଯୋଜକ ନିଜ କଷ୍ଟର କୁ ନଯାଇ ସବୁବେଳେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାଯ୍ୟାଳୟରେ ଡେରାପକାଇବା କଣ ଶିକ୍ଷାଧିକାରୀଙ୍କୁ ଦେଖାଯାଉନାହିଁ, ନା ସବୁଜାଣି ଶିକ୍ଷାଧିକାରୀ ଚୁପ ରହୁଛନ୍ତି ନା ଏହା ନାଲି କାଳିର କରାମତି। ଏହି ତିନିଜଣ ଦବଙ୍ଗ ଗିରି C. R. C. C ଚଳିତ ମାସ ୬/୭ ତାରିଖରେ ହୋଇଥିବା ଭିଜନିଙ୍ଗ କୁ ଭଣ୍ଡର କରିବା ପାଇଁ ବାହୁବଳ, ଅର୍ଥବଳ ଓ ରାଜନୈତିକ ବଳ ପ୍ରୟୋଗ କରିଥିଲେ ମଧ୍ୟ ସଫଳତା ପାଇଁ ନଥିଲେ। ଏପରିକି ତିର୍ତ୍ତୋଲ ବ୍ଲକରେ ୧୧ ଜଣ ଶିକ୍ଷକ C. R. C. C ପଦବୀ ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ଭିଜାନିଙ୍ଗ ରେ ଅନୁପସ୍ଥିତ ରହିବା ପାଇଁ ଧମକ ମଧ୍ୟ ଦିଆଯାଇଥିଲା। ସେଥିରେ ବିଫଳ ହେବାପରେ ଏହି ଦୁଇଦିନ ତଳେ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାଯ୍ୟାଳୟ ରେ ପସି ଡାଟାଏଣ୍ଟ୍ରି ଅପରେତେରଙ୍କୁ ଅର୍ଥ ବଳରେ କରାୟତକରି ତିନି ଜଣ C. R. C. C ନିଜ ପ୍ୟାରେଣ୍ଟ ସ୍କୁଲ କୁ ନ ଯାଇ ନିଜ ଇଚ୍ଛାମୁତାବକ ସ୍କୁଲ କୁ ଯିବା ପାଇଁ ଏକ ଚିଠି ବାଡ଼ଉ ଥିବା ବେଳେ ଜଣେ ଗଣମାଧ୍ୟମ ପ୍ରତିନିଧି ଙ୍କ ନଜର କୁ ଆସିଥିଲା। ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଚିଠି ଲେଖା ଅଧାରୁ ବନ୍ଦ ହୋଇଯାଇଛି। ଏପରିକି ଏହି ତିନି ଜଣ C. R. C. C ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ବେକ୍ତିଗତ ଜମା ଖାତା କୁ ପ୍ରାୟ ୩୫ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ସରକାରୀ ଅର୍ଥ ଆସିଥିବା ଶୁଣିବାକୁ ମିଳୁଛି। ଏତେ ପରିମାଣର ଅର୍ଥ କିପରି କେଉଁ ପରିସ୍ଥିତିରେ ଆସିଛି ତାହା ଭିଜିଲାନସ୍‌ ତଦନ୍ତ କଲେ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons