ଶୋଚନୀୟ ରାସ୍ତା ପାଇଁ ଗ୍ରାମବାସି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : କତଲ କଇଠା ଠାରୁ ପର୍ଶୁରାମ ପୁର ଓ ଶିବ ମନ୍ଦିର ପର୍ୟ୍ଯନ୍ତ ରାସ୍ତାଟି ଶୋଚନୀୟ ହୋଇଥିବାରୁ ଗ୍ରାମବାସି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ | ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କତଲ କଇଠା ଗ୍ରାମ ପଞ୍ଚୟତର ପର୍ଶୁରାମପୁର ଗ୍ରାମର ଗ୍ରାମବାସୀ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କର ଗ୍ରାମକୁ ଯାଉଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି କତଲ କଇଠା ଠାରୁ ପର୍ଶୁରାମପୁର ଓ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡିଛି ବୋଲି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖିନ ହେବା ସହ ସ୍କୁଲ,କଲେଜକୁ ଯିବା ଆସିବା ସମୟରେ ଛାତ୍ର ଛାତ୍ରୀ ମାନେ ଅସୁବିଧା ସମ୍ମୁଖିନ ହେଉଛନ୍ତି। ସେହି ଭକି ସ୍ୱାସ୍ଥ୍ୟ ସମସ୍ୟା ଗମନାଗମନରେ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ରାସ୍ତାର ନବୀକରଣ ମରାମତି କରିବା ସକାଶେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ଗ୍ରାମବାସୀଙ୍କୁ ପକା ରାସ୍ତାଟି ହେଲେ ଗ୍ରାମବାସୀ ଉପକୃତ ହୋଇ ପାରିବେ। ବୋଲି ଗଣ ମାଧ୍ୟମକୁ ସୂଚନ ଦେଇଛନ୍ତି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons