ପ୍ୟାନେଲ ଆଇନଜୀବୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା ଅଦାଲତରେ ପ୍ୟାନେଲ ଆଇନଜୀବୀଙ୍କ ପାଇଁ ଶନିବାର, ତା ୩୧.୦୯.୨୪ ଦିନ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ପ୍ୟାନେଲ ଆଇନଜୀବୀ ବୃନ୍ଦ ଉପସ୍ଥିତ ଥିଲେ। ପ୍ରାଧିକରଣର ସଚିବ ପ୍ୟାନେଲ ଆଇନଜୀବୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମାଜର ଗରିବ,ଅବହେଳିତ,ଏବଂ ଦୁର୍ବଳ ବର୍ଗକୁ ନିଃଶୁକ୍ଳ ଆଇନସେବା ଯୋଗାଇବା ଆଇନସେବା ପ୍ରାଧିକରଣର ଦାୟିତ୍ଵ ଏବଂ କର୍ତ୍ତବ୍ୟ।ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ପ୍ୟାନେଲ ଆଇନଜୀବୀଙ୍କ ଭୂମିକା ଅତୁଳନୀୟ। କାରାଗାରରେ କଏଦୀମାନଙ୍କୁ ଆଇନଗତ ସହାୟତା ପାଇଁ ପ୍ୟାନେଲ ଆଇନଜୀବୀ ସଂକଳ୍ପବଦ୍ଧ ହେବା ଉଚିତ୍।ଏହାସହ ଅପରାଧୀଙ୍କୁ ଗିରଫ ପୂର୍ବରୁ, ଗିରଫ ସମୟରେ ଓ ରିମାଣ୍ଡ ଅବଧିରେ ଆଇନଜୀବୀ ଙ୍କ କର୍ତ୍ତବ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons