ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନଜିତ ମିଶ୍ର ଯୋଗଦେଇ ଅଧ୍ୟକ୍ଷତା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ବର୍ଷର କାର୍ଯ୍ୟକ୍ରମ ଖସଡ଼ା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଟ୍ଟାରୀ କଲିକତାର ପ୍ରଧାନ ବୈଜ୍ଞାନିକ ଡ଼ କଲ୍ୟାଣ ସୁନ୍ଦର ଦାସ ଓ ଆଂଚଳିକ କୃଷି ଗବେଷଣା କେନ୍ଦ୍ରର ଗବେଷଣା ନିର୍ଦ୍ଦେଶକ ପ୍ରଫେସର ଚନ୍ଦ୍ରମଣି ଖଣ୍ଡା ଆଭାସୀ ମାଧ୍ୟମ ରେ ଯୋଗଦାନ କରିଥିଲେ। ଏଥିରେ ଜାତୀୟ ଧାନ ଗବେଷଣା କେନ୍ଦ୍ର ର ପ୍ରଧାନ ବୈଜ୍ଞାନିକ ଡଃ.ଶ୍ୟାମ ସୁନ୍ଦର ଦାସ ମହାପାତ୍ର ,ଜିଲ୍ଲା କୃଷି ବିଭାଗର ଉପମୁଖ୍ୟ ନିର୍ଦ୍ଦେଶକ ସମଲେଇ ପରିଡ଼ା, ଉଦ୍ୟାନ ବିଭାଗ ଜଗତସିଂହପୁରର ଉପନିର୍ଦ୍ଦେଶକ ଅନୀଲ ସେଠୀ , ପଶୁଚିକିତ୍ସକ ତିର୍ତ୍ତୋଲ ଡ଼ ନମସ୍ୟା ପ୍ରିୟଦର୍ଶିନୀ, ମତ୍ସ୍ୟ ଅଧିକାରୀ ତିର୍ତ୍ତୋଲ ଗୋବିନ୍ଦ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ପ୍ରତିନିଧି ପ୍ରିୟଙ୍କା ପଟ୍ଟନାୟକ ପ୍ରମୁଖ ଓ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର କଟକ ଓ କେନ୍ଦ୍ରାପଡ଼ା ଯୋଗଦେଇ ସୁଚିନ୍ତିତ ମତାମତ ଓ ଉପଦେଶ ଦେଇଥିଲେ । ଏହି ଜିଲ୍ଲାର ଚାରି ଜଣ ଅଗ୍ରଣୀ ଚାଷୀ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜର ମତାମତ ରଖିଥିଲେ। ଏହି ଅବସରରେ ତ୍ରୟ ମାସିକ ସମାଚାର ପତ୍ରିକା, କୃଷିଶ୍ରୀ ସହିତ ଅନ୍ୟାନ୍ୟ ୫ ଗୋଟି ଉପାଦେୟ ପୁସ୍ତକ ଉନ୍ମୋଚନ ହୋଇଥିଲା ।ବୈଠକରେ ବନ୍ୟା ସହଣୀ ଧାନ କିସମ, ଲୁଣା ଧାନ କିସମ,ଲବଣତ୍ଵ ମୃତ୍ତିକା ପରିଚାଳନା, ନଡ଼ିଆ ଚୋପା ଛଡା ଯନ୍ତ୍ର,ଗୁଣ୍ଡୁରି ଚଢ଼େଇ ଚାଷ, ପ୍ରାକୃତିକ କୃଷି , ଛତୁ ର ବିକ୍ରିବଟା, ନଡ଼ିଆ ଓ ଗୁଆ ର ରୋଗ ପୋକ ପରିଚଳନl ,ମାଣ୍ଡିଆ ଚାଷର ସମ୍ପ୍ରସାରଣ ଆଦି ବିଷୟରେ ଆଲୋଚନା ହୋଇଥିଲ। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ବୈଠକ ରେ ଅଂଶ ଗ୍ରହଣ କରି କାର୍ଯକ୍ରମ ଟି କୁ ସାଫଲ୍ୟମଣ୍ଡିତ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons