ବନ୍ଧୁକ ସହ ଦୁଇ ଯୁବକ ଗିରଫ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଅଞ୍ଚଳରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବା ସହ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ପ୍ରକାରେ ସେମାନଙ୍କ ନିକଟରୁ ଏକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଜିଲୁଣ୍ଡି ବଡ଼ଦାଣ୍ଡସାହି ଅଞ୍ଚଳରେ ଜନସାଧାରଣ ଓ ବ୍ୟବସାୟୀଙ୍କୁ ଆତଙ୍କିତ କରି ଦାଦାବଟି ସଂଗ୍ରହ କରିବା ଉଦ୍ଦେଶ୍ୟରେ ତପନ କୁମାର ପ୍ରଧାନ ଓରଫ ‘ବାଘା’ ଏକ ପିସ୍ତଲ ପ୍ରଦର୍ଶନ କରୁଥିବା ନେଇ ପୁଲିସ ନିକଟରେ ବିଶ୍ବସ୍ତ ସୂତ୍ରରୁ ଖବର ପହଞ୍ଚିଥିଲା। ଏହାକୁ ଭିତ୍ତି କରି ଭଞ୍ଜନଗର ଥାନା ପୁଲିସ ଚଢ଼ାଉ କରି ଦୁଇଜଣଙ୍କୁ କାବୁ କରିଥୂଲା ।ଗିରଫ ଅଭିଯୁକ୍ତ ମାନେ ହେଲେ ତପନ କୁମାର ପ୍ରଧାନ ଓରଫ ବାଘା (ଗ୍ରାମ: ଜିଲୁଣ୍ଡି) ସନିଆ ଗୌଡ଼ (ଗ୍ରାମ: ଜିଲୁଣ୍ଡି) | ଜବତ ସାମଗ୍ରୀ:୦୧ଟି ୭.୬୫ MM ପିସ୍ତଲ,୦୧ଟି ମ୍ୟାଗାଜିନ୍,୦୧ଟି ଜୀବନ୍ତ ଗୁଳି | ଏହି ମାମଲାରେ ଏସ.ଆଇ. ଏଲ୍. ମହାନ୍ତିଙ୍କ ଏତଲା କ୍ରମେ ଭଞ୍ଜନଗର ଥାନା କେସ୍ ନମ୍ବରମାରଣାସ୍ତ୍ର ଆଇନ ର ଧାରାଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଭଞ୍ଜନଗର ଥାନା ଆଇଆଇସି ଜିବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons