{ ବରଗଡ଼ରୁ ଗୌର ସାହୁଙ୍କ ରିପୋର୍ଟ } : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମର ଯୁବକ ସଂଘ ର ଯୁବଗୋଷ୍ଠୀ ଗାଁ ରେ ମଦ ବିକ୍ରି ବନ୍ଦ କରି ନିଶା ମୁକ୍ତ ଗ୍ରାମ ଗଠନ ସକାଶେ ଶପଥ ନେଇଛନ୍ତି । ଯୁବକ ଙ୍କ କହିବା ଅନୁସାରେ ନିଶା ସକାଶେ ଗାଁ ର ଅନେକ ଜୀବନ ଯାଇଥିବା ବେଳେ ଲୋକେ କାମଧନ୍ଦା ଛାଡି ଅଯଥା ବୁଲାବୁଲି କରି ଗାଁ, ରାସ୍ତା, ଛକ ମାନଙ୍କରେ ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଏଣୁ ଗାଁର ପରବର୍ତ୍ତୀ ପିଢ଼ି ର ଅନ୍ଧାର ଭବିଷ୍ୟତ କୁ ଦେଖି ସମସ୍ତ ଯୁବଗୋଷ୍ଠୀ ଏକତ୍ରିତ ହୋଇ ଗାଆଁ ରେ ସଚେତନତା ସୃଷ୍ଟି କରି ଗାଁ ର ମଦ ବିକ୍ରେତା ଙ୍କ ମଦ ଦୋକାନରୁ ସମସ୍ତ ପ୍ରକାର ମଦକୁ ଜବତ କରି ସର୍ବ ସାଧାରଣ ଜାଗାରେ ଫୋପାଡି ଦେଇଛନ୍ତି । ଏନେଇ ଯୁବକ ମାନେ ଅବକାରୀ ବିଭାଗ କୁ ମଧ୍ୟ ଜଣାଇଛନ୍ତି ।
Comments are closed, but trackbacks and pingbacks are open.