{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ହାଇ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା ଉପଲକ୍ଷେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା, ଡକ୍ଟର ସବୀର କୁମାର ବଳ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ହିଁ ସେବା ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନତା କରିଥିଲେ।।ସେହିପରି ମେଡ଼ିକାଲ ପକ୍ଷରୁ ସଫେଇ ମିତ୍ର ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବ୍ଲକ, ଗାଁ ୱାଡ଼ ନିଜ ଘରକୁ କିପରି ସ୍ୱଚ୍ଛତା ରଖିପାରିବ ତା ଉପରେ ସଚେତନତା କରାଯାଇ ଥିଲା।ଏହି କାର୍ଯ୍ୟକ୍ରମ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ୱବାଧାନରେ ହୋଇ ଥିବା ବେଳେ ସୌରଭ କୁମାର ନାୟକ ପରିଚାଳନା କରିଥିଲେ।
Comments are closed, but trackbacks and pingbacks are open.