{ ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ } : ବିଷାକ୍ତ ସାପ କାମୁଡ଼ାରେ ଦୁଇ ଭାଇ ଭଉଣୀ ମୃତ, ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗ୍ରାମରେ।ପରିବାର ସମସ୍ତ ଛ ଜଣ ସଦସ୍ୟ ଖାଇସାରି ଶୋଇଥିବା ଅବସ୍ଥାରେ ଭାଇ ଭଉଣୀ ଦୁଇ ଜଣ ମଝିରେ ଶୋଇଥିଲେ ଏହି ସମୟରେ ଏକ ବିଷାକ୍ତ ସାପ ଭାଇ ଋତୁରାଜ ହରିଜନ ର ବୟସ ୯ମାସ, ଭଉଣୀ ଅମିତା ହରିଜନ ବୟସ ୧୧ ବର୍ଷ,ସାପ କାମୁଡ଼ିଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ପରିବାର ଲୋକେ ପ୍ରଥମେ ଦୁଇ ଶିଶୁ କୁ ସ୍ଥାନୀୟ ଗୁଣିଆ ପାଖରେ ନେଇ ଚିକିତ୍ସା କରିଥିଲେ କିନ୍ତୁ ପରେ ସ୍ୱାସ୍ଥ୍ୟବସ୍ତା ଅଧିକ ବିଗିଡିବାରୁ 108 ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଲୟକୁ ପ୍ରାୟ ଭୋର 4ଟା ସମୟରେ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆଜି ମଧ୍ୟ ଲୋକଙ୍କୁ ସଚେତନତା ର ଅଭାଵ ଯୋଗୁ ଲୋକେ ମେଡ଼ିକାଲ ଉପରେ ଭରସା ନକରି ଗ୍ରାମାଞ୍ଚଳରେ ଲୋକେ ଏବେ ମଧ୍ୟ ଗୁଣିଆ ଦିଶାରୀଙ୍କୁ ଭରସା କରି ଚିକିତ୍ସା କରୁଛନ୍ତି ଯାହା ଫଳରେ ଆଜି ଏପରିକି ଦୁଇ ଦୁଇଟି ଜୀବନ ଚାଲି ଯାଇଛି ବୋଲି ଚର୍ଚ୍ଚା ଚଲାଇଛି। ଅନ୍ୟପଟେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବରେ ବିଳମ୍ବ ହୋଇଗଲା ତୁରନ୍ତ ଯଦି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥାନ୍ତ ତାହେଲେ ହୁଏତ ଦୁଇଜଣ ବଞ୍ଚି ଯାଇପାରିଥନ୍ତେ, ଗ୍ରାମାଞ୍ଚଳରେ ସଚେତନ ଜାରି ରହିଛି ତଥାପି ଆହୁରି ସଚେତନ ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ।
Comments are closed, but trackbacks and pingbacks are open.