ସରକାରୀ ଜମିରୁ ବେନିୟମ ଭାବେ ଗଛ କଟା ହୋଇ ଆତ୍ମସାତ କରିଥିବା ନେଇ ସରପଞ୍ଚଙ୍କ ନାମରେ ଗ୍ରାମବାସୀଙ୍କ ଅଭିଯୋଗ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ସଂକେତ ପାଟଣା , ରତନପୁର ମୌଜାରେ ଥିବା ସରକାରୀ ଜମିରୁ ବହୁ ପୁରାତନ ଗଛ ବେନିୟମ ସଦେ କଟା ଯିବା ଆତ୍ମସାତ କରିବା ସମ୍ପର୍କେ ଗ୍ରାମବାସୀଙ୍କ ତରଫରୁ ଆବେଦନ | ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ସଁଅରାଗ୍ରାମପଞ୍ଚାୟତ ଅଧୀନ ସଂକେତ ପାଟଣା ରତନପୁର ମୌଜାର ଜନସାଧାରଣଙ୍କ ତରଫରୁ ସଁଅରା ଗ୍ରାମ ପଞ୍ଚାୟତର ସରପଞ୍ଚ ସଂକେତ ପାଟଣା ମୌଜାର ଅଧିବାସୀ ଅଟନ୍ତି । ସର୍ବସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପରିବର୍ତ୍ତେ ନିଜର ସ୍ୱାର୍ଥ ସାଧନ ତଥା ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ସଂରା ବାଲିପଡ଼ିଆ ପ୍ଲଟ ନଂ ୧୧୦ ମୌଜା ସଂକେତ ପାଟଣା ( ସଁଅରା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ) ରେ ଥିବା ଜଗଲେଇ ବରଗଛ ଏବଂ ଅଶ୍ଵସ୍ଥ ଗଛ ୧୨/୧୨/୨୦୨୫ ରିଖ ରେ ଜବରଦସ୍ତ ଗଛ କଟା ଶ୍ରମିକ ଙ୍କୁ ଲଗେଇ କାଟିଥିଲେ । ରତନପୁର, ସଂକେତ ପାଟଣା, ଗ୍ରାମ ବାସୀ ପ୍ରତିବାଦ କରିବାରୁ ଅଶ୍ଳିଳ ଭାଷା ରେ ଗାଳି ଗୁଲଜ କରିଥିଲେ।। ଗ୍ରାମ ବାସୀ ମନେ R.I ମହୋଦୟଙ୍କୁ ବାରମ୍ବାର ଫୋନ କରିବାରୁ ସେ ଫୋନ୍ ଉଠାଇ ନଥିଲେ । ଏହା ପରେ ଗ୍ରାମବାସୀ ମାନେ ଆଡିସନାଲ ତହସିଲଦାର ମହୋଦୟାଙ୍କୁ ଯୋଗାଯୋଗ କରିଥିଲେ । ଏହା ପରେ ଆଡିସନାଲ ତହସିଲଦାର ମହୋଦୟା କନକପୁର ଫାଣ୍ଡି ଅଧିକାରୀଙ୍କୁ ଆଦେଶ ଦେଇଥିଲେ ଏବଂ ଫାଣ୍ଡି ଅଧିକାରୀ ମହୋଦୟ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ | ଆଇନ ଆଇନ ବାଟରେ କାମ କରିବ ଆପଣ ଯାଆନ୍ତୁ । ତା ପର ଦିନ R.I ମହୋଦୟା ଗଛକଟା ଘଟଣା ସ୍ଥଳରେ ପରିଦର୍ଶନ କରିଥିଲେ | ଏହାପରେ ସରପଞ୍ଚ ମହୋଦୟ ଶ୍ରମିକ ଲଗାଇ ସମସ୍ତ କାଠ ଗର ଉଠାଇ ନେଇଥିଲେ । କଟା ଗଛ ମୂଳକୁ ମାଟି ପକାଇ ପ୍ରମାଣ ନଷ୍ଟ କରିବାକୁ ପୋତି ଦେଇଥିଲେ । ଏହା ପରେ ଗତ ତା – ୦୧/୦୨/୨୦୨୬ ରବିବାର ପ୍ଲଟ ନଂ – ୨୯୪ ମୌଜ ରତନପୁର ନାଲ ପୋଲ ନିକଟରେ ଥିବା ୪/୫ ଫୁଟ ଗୋଲେଇ ଗଛ କୁ ଶ୍ରମିକ ଲଗାଇ କାଟି ନେବା ସମୟ ରେ ଗ୍ରାମବାସୀ ମନେ ପ୍ରତିରୋଧ କରି R.I ମହୋଦୟା ଗୋପାଳପୁରଙ୍କୁ ଜଣାଇ ଅଛନ୍ତି । ଏହା ପରେ ଗ୍ରାମବାସୀ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଥିଲେ ବି ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons