ଘେରି ବନ୍ଧ କାମ ସରିବ କେବେ ?

Get real time updates directly on you device, subscribe now.

{ତିର୍ତୋଲ୍ ରୁ ପ୍ରସନ୍ନଜିତ ଦାସ } : ମଣିଜଙ୍ଗା ଜଳ ସେଚନ ବିଭାଗ ଅଧିନରେ ତେରମାଣପୁର ଘାଇ ର କାର୍ଯ୍ୟ କେବେ ସରିବ। ତାହା ଭଗବାନ ଙ୍କୁ ଜଣା ନିୟମ ଅନୁଯାୟୀ ଜୁନ 15 ତାରିଖ ପୂର୍ବ ରୁ କାର୍ଯ୍ୟ ସରିବାର ନିୟମ ଥିଲେ ମଧ୍ୟ କଣ ପାଇଁ କାର୍ଯ୍ୟ ସରିବାର ନା ଧରୁ ନାହିଁ। ସେଥି ପାଇଁ ଦାଇ କିଏ ଅଧିକାରୀ ନା ଠିକାଦାର ଅନୁସନ୍ଧାନ ରୁ ଜଣା ପଡୁଛି ଯେ 2022 ମସିହା ରେ ହେଇଥିବା ଘାଇ ମରାମତି କରାଯାଇଥିଲା ସେ ସମୟରେ ଲଗାଯାଇଥିବା ପଥର କୁ ବର୍ତ୍ତମାନ ସମୟରେ ଘାଇ ମରାମତି କାର୍ଯ୍ୟ ରେ ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ (ଲୁଚିଛି ନା ଗୋଡ ଦୁଇଟି ଦିଶୁଛି) ନ୍ୟାୟରେ ପୁରୁଣା ପଥର କୁ କାର୍ଯ୍ୟ ରେ ଲଗାଇବା ଲାଭ ବିଭାଗ ପାଇବ ନା ଠିକାଦାର ପାଇବ। (ଖଜୁରୀ ଗଛର କି ଗୁଣ ଗାଇବି ମୂଲ ରୁ ପାହାଚ ପରି) ବିଭାଗୀୟ ଅଧିକାରୀ ମାନେ ଲେଉଟିଆ ଶାଗକୁ କାଟି କରି ଖାଇଲା ପରି ନିଜ ପ୍ୟାକେଟ ଗରମ କରୁଛନ୍ତି। ଉକ୍ତ କାର୍ଯ୍ୟରେ ଲାଗିଥିବା ବାଲି ସ୍ଥାନୀୟ ଅଞ୍ଚଳ ର ଅଟେ ସରକାରଙ୍କର ଉକ୍ତ ଅଞ୍ଚଳ ର ବାଲି ରେ 35 ଭାଗ ଲୁଣି ଅଛି ବୋଲି ସରକାରଙ୍କ ପାଖରେ ରିପୋର୍ଟ ଅଛି ।

ଉକ୍ତ ବାଲିରେ କି ଭଳି କାର୍ଯ୍ୟ କଲେ ଓ କାର୍ଯ୍ୟ ରେ ସ୍ଥାୟୀତ୍ବ କୁ ନେଇ ପ୍ରସ୍ନ ବାଚି ସୃଷ୍ଟି ହେଇଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ସ୍ଥଳୀ କୁ ନଆସି ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ହୋଇ କାର୍ଯ୍ୟ ଠିକ୍ ହେଇଛି ବୋଲି କହିବା କେତେ ଦୂର ଯୁକ୍ତି ଯୁକ୍ତ ।ଦେଖିବା କୁ ମିଳେ ଯେ ଜଳ ସେଚନ ବିଭାଗ ଜନୈକ କର୍ମଚାରି ସିନିୟର୍ ହେଲପର ଉକ୍ତ କାର୍ଯ୍ୟ କୁ କିପରି ତଦାରଖ କରୁଛନ୍ତି କାର୍ଯ୍ୟ ଫିଟନେସ ବିଷୟ ରେ କଣ ଜାଣିଛନ୍ତି।(ନା ରାଧେ ରାଧେ ତୋର ଅଧେ କୁ ମୋର ଅଧେ)ନ୍ୟାୟ ରେ ବନ୍ଧ କାମ ଚାଲିଛି।ଆଉ ଥରେ ଘାଇ ହଲେ 500 ରୁ ଉର୍ଦ୍ଧୁ ପରିବାର ଖେତିଗ୍ରସ୍ତ ଓ ଧନ ଜୀବନ ହାନି ପାଇଁ ଦାୟୀ କିଏ ରହିବ ବିଭାଗ ନା ଠିକାଦାର । ଏହି କାର୍ଯ୍ୟ କୁ ଉତ୍କଳ ପ୍ରତିଭା ଫାଉଣ୍ଡେସନ ର ସଭାପତି ଚିତ୍ତ ରଞ୍ଜନ ସାହୁ ଓ ବୁଦ୍ଧି ଯିବି ମହଲରେ ବିରେଧୋ କରାଯାଉ ଅଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons