{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଗଞ୍ଜାମଜିଲ୍ଲା ଭଞ୍ଜନଗର କୁଲାଡ଼ ଗ୍ରାମର ଟୁନା ପାତ୍ର ଙ୍କ ପୁଅ ବିଶ୍ୱଜିତ ପାତ୍ର (25) ର ଆଜି ସକାଳ ସମୟରେ ବିଦୂତ ଆଘାତରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି। ଆଜି ସକାଳ ସମୟରେ ବାଗଦେବୀ ରୋଡ଼ ଠାରେ ଏକ ଟିଫିନ ହୋଟେଲ ଉପରେ ବୋର୍ଡ ମାରିବାକୁ ଯାଇଥିବା ବେଳେ ହଟାତ ବିଦୂତ ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳୁ ଲୋକମାନେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ସେ ଭଞ୍ଜନଗର ସହରର ଖଲାସୀ ସାହିରେ ରହୁଥିଲେ। ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଯାଇଛି।


Comments are closed, but trackbacks and pingbacks are open.