ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିରେ ଦୁର୍ନୀତି!

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଦୁର୍ନୀତି କରାଯାଉଛି । ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ଅଯୋଗ୍ୟଙ୍କୁ ନିଯୁକ୍ତି ମିଳୁଛି । ଏଭଳି ଅଭିଯୋଗ କରି ସୋମବାର କାମବେଡା ଗାଁର ଶତାଧିକ ଲୋକ କୋରୁକୋଣ୍ଡା ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଲୋକେ ଏକ ଲିଖିତ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଲିପ୍ତ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁÂାନ ଦାବି ହୋଇଛି ।
ଲୋକେ କହିଛନ୍ତି, କାମବେଡା ୱାର୍ଡ ନମ୍ବର-୨ ରେ ଶିଶୁ ବିକାଶ ବିଭାଗ ପକ୍ଷରୁ ବେଆଇନଭାବେ ଜଣଙ୍କୁ ଅଙ୍ଗନବାଡି କର୍ମୀ ନିଯୁକ୍ତି ଦିଆଯାଇଛି । ଗାଁର ଶିକ୍ଷିତ ଆଦିବାସୀ ଝିଅ ଲଳିତା ମାଡକାମୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଦାବିପତ୍ର ପ୍ରଦାନବେଳେ ଗାଁର ନନ୍ଦକିଶୋର ସୋଡି, ଜଗଦୀଶ ମାଡି, ମୁକା କବାସୀ, ସୋମନାଥ ପଡ଼ିଆମୀ, ଲାକା ମାଡକାମୀ, ଗଙ୍ଗା ପଡ଼ିଆମୀ, ବିପୁଲ ବିହାରୀ ସିକନ୍ଦର, ଅଜୟ ମାଡକାମୀ, ନନ୍ଦା ମାଡକାମୀଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।
ଏ ସମ୍ପର୍କରେ କୋରୁକୋଣ୍ଡା ସିଡିପିଓ ନୀଳିମାରାନୀ ମଣ୍ଡଳ କହିଛନ୍ତି, କର୍ମୀ ନିଯୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ । ସରକାରୀ ନିୟମ ଅନୁସାରେ ନିଯୁକ୍ତି ଦିଆଯାଇଛି । ଲୋକଙ୍କ ଦାବି ଓ ଧାରଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ନିଦେ୍ର୍ଧଶ ଅନୁସାରେ ପଦକ୍ଷେପ ନିଆଯିବ । ସୂଚନାଯୋଗ୍ୟ, ପୂର୍ବରୁ ନୀଳାକାମ୍ବେରୁ(କ) କେନ୍ଦ୍ରରେ ଅନୁରୂପ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ପ୍ରତିବାଦରେ ଲୋକେ ଅଙ୍ଗନବାଡିରେ ତାଲା ପକାଇଥିଲେ । ଗତ ସପ୍ତାହରେ ଚିତାପାରୀ-୩ ପଞ୍ଚାୟତ ପୁରୁଣା ବାଲିମେଳା ଗାଁରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । କର୍ମୀ ନିଯୁକ୍ତିରେ ସ୍ଥାନୀୟ ଶିକ୍ଷିତ ଯୁବତୀଙ୍କୁ ଅଣଦେଖା କରି ବାହାର ଅଞ୍ଚଳର ଜଣଙ୍କୁ ଚାକିରି ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଗ୍ରାମବାସୀ କେନ୍ଦ୍ରରେ ତାଲା ପକାଇ ସମ୍ମୁଖରେ ଧାରଣା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons