ଅଙ୍ଗନବାଡିରୁ ପାରାଚୁଟ୍ ବୋମା ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ଆପ୍ର): ଅଙ୍ଗନବାଡିରୁ ମିଳିଲା ପାରାଚୁଟ୍ ବୋମା । ଗୋଟେ ଅଧେ ନୁହେଁ ଏକାବେଳକେ ୪ଟା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡର ମାରିୟପାରା ଅଞ୍ଚଳରେ । ଠିକଣା ସମୟରେ ଏହା ଉଦ୍ଧାର ହୋଇଥିବାରୁ କେନ୍ଦ୍ରର ଶିଶୁମାନେ ଏହାର ବିସ୍ଫୋରଣରୁ ବର୍ତ୍ତି ଯାଇଛନ୍ତି । କେନ୍ଦ୍ରକୁ ବୋମା କେଉଁଠୁ ଆସିଲା, କିଏ ଆଣିଲା ସେ ନେଇ ପୁଲିସର ଖୋଳତାଡ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଶନିବାର ସକାଳେ କେନ୍ଦ୍ର ପରିସରରେ କେତେଜଣ ପିଲା ଏହି ବୋମାଗୁଡିକୁ ଧରି ଖେଳୁଥିଲେ । କେନ୍ଦ୍ରର କର୍ମୀ ଓ ଗାଁ ଲୋକେ ଏହାକୁ ଦେଖି ଭୟଭୀତ ହେବା ସହ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ତୁରନ୍ତ ବୋମାଗୁଡିକୁ ଉଦ୍ଧାର କରିଥିଲେ । ବୋମା ଏଠାକୁ କିପରି ଆସିଲା ଓ ଏଥିରେ କାହାର ହାତ ଅଛି ସେ ନେଇ ପୁଲିସ ତନାଘନା ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons