ଅଟୋକୁ ଧକ୍କା ଦେଲା ହାଇୱା:୩ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ଆନନ୍ଦପୁର,(ବି.ବି.ଆପ୍ର): ଆନନ୍ଦପୁର ଥାନା ଅଧୀନ କୋଡ଼ପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ହାଟଡିହି ବ୍ଲକ୍ ଜାବିନପୁର ଗାଁର ଟୁକୁନା ମୁଣ୍ଡା, ସନା ମୁଣ୍ଡା ଓ ଆଚି ମୁଣ୍ଡା । ଉକ୍ତ ଗ୍ରାମର ଗୁରତର ସୋମବାରି ମୁଣ୍ଡାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆହତ ଅଟୋ ଚାଳକ ଆନନ୍ଦପୁର ମୁଖ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆହତ ହୋଇଥିବା ଅଟୋ ଚାଳକ ହେଉଛନ୍ତି ହାଟଡିହି ବ୍ଲକ ଅନ୍ତର୍ଗତ ଜଳସରପୁର ଗାଁର ଓକିଲ ଜେନା ।
ମୟୂରଭଞ୍ଜର ସାତକୋଶିଆ ଅଞ୍ଚଳରୁ ୪ ଜଣ ଯାତ୍ରୀଙ୍କୁ ନେଇ ଏକ ଅଟୋ ହାଟଡିହି ବ୍ଲକ ଜାବିନପୁର ଅଞ୍ଚଳକୁ ଆସୁଥିଲା । ଏହି ସମୟରେ ଆନନ୍ଦପୁର ଥାନା ଅଧୀନ କୋଡ଼ପଡ଼ା ଛକର ଅନତି ଦୂରରେ ଘଷିପୁରା ତହସିଲ ଅଧୀନ ଓସ୍ତପୁରା ଅଞ୍ଚଳରୁ ଚିପ୍ସ ବୋଝେଇ କରି ଯାଉଥିବା ଏକ ହାଇୱା ଅଟୋକୁ ଧକ୍କା ଦେଇଥିଲା । ଭୟଙ୍କର ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୩ ଜଣଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ ଅଟୋ ଚାଳକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ସୋମବାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଓକିଲ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆନନ୍ଦପୁର ଅଗ୍ନିଶମ ଅଧିକାରୀ ପ୍ରତାପ ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଓ ଆହତମାନଙ୍କୁ ଉଦ୍ଧାର କରିଥିଲା । ଆନନ୍ଦପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons