ଅବହେଳା ପାଇଁ ମହିଳା ଏସଆଇ ନିଲମ୍ବିତ

Get real time updates directly on you device, subscribe now.

ବଳଙ୍ଗା, (ବି.ବି.ନୁ୍ୟଜ): ସୋମବାର ବିଳମ୍ବିତ ରାତିରେ ବିସ୍ଫୋରଣରେ ବଳଙ୍ଗା ଥାନା ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ଏହି ମାମଲାରେ ବୁଧବାର ପୁରୀ ଏସ୍ପି କେ.ବିଶାଲ ସିଂ କର୍ତ୍ତବ୍ୟରେ ଅବହେଳା ପାଇଁ ଥାନା ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସ୍ଆଇ ତଅପୋଇ ନାୟକଙ୍କୁ ନିଲମ୍ବିତ କରିଛନ୍ତି । ଥାନା ମାଲଖାନାରେ ବିସ୍ଫୋରକ ଦ୍ରବ୍ୟ ଥିବା ନେଇ ସେ ନୂତନ ଥାନାଧିକାରୀଙ୍କୁ ଜଣାଇନଥିଲେ । ତାଙ୍କର ଏହି ଅବହେଳା ପାଇଁ ଏତେ ବଡ଼ ଅଘଟଣ ଘଟିଥିଲା ।
ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଉଛି, ଥାନାରେ ରଖାଯାଇଥିବା ବିସ୍ଫୋରକ ଦ୍ରବ୍ୟ ୨୦୧୮ ମସିହାରେ ଜବତ ହୋଇଥିଲା । ମାତ୍ର ଗତ ୩ବର୍ଷ ମଧ୍ୟରେ ଥାନାକୁ ୩ଜଣ ଅଧିକାରୀଙ୍କ ବଦଳି ହୋଇଥିବାବେଳେ କେହି ମାଲଖାନାରେ ରହିଥିବା ବିସ୍ଫୋରକକୁ ନଷ୍ଟ କରିବାକୁ ନିଜ ଆଡୁ ଆନ୍ତରିକତା ଦେଖାଇନଥିବା ଜଣାପଡିଛି । ବିଭିନ୍ନ ସମୟରେ ଅପରାଧିଙ୍କଠାରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇ ଥାନାକୁ ଆସିବା ପରେ ମାଲଖାନାର ଅଧିକାରୀ ସ୍ଥାନୀୟ ମାଜିଷ୍ଟେ୍ରଟଙ୍କ ନିକଟରୁ ଅନୁମତି ଆଣି ବିଶେଷଜ୍ଞଙ୍କ ଦ୍ୱାରା ବିସ୍ଫୋରକ ସାମଗ୍ରୀଙ୍କୁ ନଷ୍ଟ କରଯିବାର ନିୟମ ଥିବାବେଳେ ବଳଙ୍ଗା ଥାନାର କୌଣସି ଅଧିକାରୀଙ୍କ ପକ୍ଷରୁ ଏହା କରାଯାଇନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons