ଅଭିଯୁକ୍ତ ସ୍ୱାମୀ ଗିରଫ

Get real time updates directly on you device, subscribe now.

କପ୍ତିପଦା,(ବି.ବି.ନୁ୍ୟଜ): ପତ୍ନୀକୁ ଠେଙ୍ଗାରେ ପିଟିି ମାରିଦେଇଛି ସ୍ୱାମୀ । କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ପଞ୍ଚାୟତ କରପଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଲିସ ଅଭିଯୁକ୍ତ ସ୍ୱାମୀ କାହ୍ନୁ ହାଁସଦା(୩୫)କୁ ଗରିଫ କରିଛି ।
ପ୍ରକାଶଥାଉକି, ଘରୋଇ କଥାକୁ ନେଇ ପତ୍ନୀ ଫୁଲ ହାଁସଦା(୨୧)କୁ କାହ୍ନୁ ପୂର୍ବରୁ ଠେଙ୍ଗାରେ ବାଡେ଼ଇଥିଲା । ଗତ ମଙ୍ଗଳବାର ସଂନ୍ଧ୍ୟାରେ ସ୍ତ୍ରୀକୁ କାହ୍ନୁ ଖାଇବାକୁ ମାଗିଥିଲା । ହେଲେ ଫୁଲ ଖାଇବାକୁ ନଦେବାରୁ ତାକୁ ପୁଣି ଠେଙ୍ଗାରେ ପିଟିଥିଲା । ସେହି ଦିନ ସଂନ୍ଧ୍ୟା ୮ଟାରେ ଫୁଲର ମୃତୁ୍ୟ ହୋଇଥିବା ଜଣାପଡ଼ିଥିଲା । ଖବର ପାଇ କପ୍ତିପଦା ଥାନାଧିକାରୀ ସଂଜୟ କୁମାର ପ୍ରଧାନ ଓ ବାରିପଦା ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ କାହ୍ନୁକୁ ୠିରଫ କରିଥିଲା ପୁଲିସ । ଫୁଲର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଉଦଳା ପଠାଇବା ସହ ପୁଲିସ କପ୍ତିପଦା ଥାନାରେ ୨୬୦/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons