ଅଲିଭ୍ ରିଡଲେ ଗଣଅଣ୍ଡାଦାନ ନୂଆ ରେକର୍ଡ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନରେ ଏଥର ନୂଆ ରେକର୍ଡ ସୃଷ୍ଟି ହୋଇଛି । ୧୧ ବର୍ଷ ମଧ୍ୟରେ ଏଥର ସର୍ବାଧିକ ୪.୯୨ ଲକ୍ଷ ଅଣ୍ଡାଦାନ କରିଲେଣି ଅଲିଭ୍ ରିଡ୍ଲେ । ଚଳିତ ସିଜନ୍ର ଷÂ ରାତିରେ ୬୭ ହଜାର ୯୭୪ ସାମୂହିକ ଅଣ୍ଡାଦାନ ହୋଇଥିଲା । ପୂର୍ବ ୫ ରାତିରେ ୪ ଲକ୍ଷ ୨୪ ହଜାର ୩୦୧ ଅଣ୍ଡାଦାନ ହୋଇଥିଲା । ତେଣୁ ଷÂ ରାତି ସୁଦ୍ଧା ଗଣଅଣ୍ଡାଦାନ ପରିମାଣ ୪ ଲକ୍ଷ ୯୨ ହଜାର ୨୭୫କୁ ଛୁଇଁ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ତେବେ ଗଣଅଣ୍ଡାଦାନ ଆଉ କିଛି ଦିନ ଜାରି ରହିବା ସମ୍ଭାବନା ଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରୁଛି ବନ ବିଭାଗ ।
ପୂର୍ବରୁ ୨୦୧୭- ୧୮ ବର୍ଷରେ ସର୍ବାଧିକ ୪ ଲକ୍ଷ ୮୨ ହଜାର ଅଣ୍ଡାଦାନ ହୋଇଥିଲା । ୨୦୧୫- ୧୬, ୨୦୧୮-୧୯ ଓ ୨୦୨୦-୨୧ରେ ସାମୂହିକ ଅଣ୍ଡାଦାନ ହୋଇ ନଥିଲା । ଅପରପକ୍ଷରେ ୨୦୧୧- ୧୨ରେ ୧.୦୧ ଲକ୍ଷ, ୨୦୧୨- ୧୩ରେ ୨.୮୬ ଲକ୍ଷ, ୨୦୧୩-୧୪ରେ ୫୯ ହଜାର, ୨୦୧୪-୧୫ରେ ୩.୦୯ ଲକ୍ଷ, ୨୦୧୬-୧୭ରେ ୩.୭୦ ଲକ୍ଷ, ୨୦୧୯-୨୦ରେ ୩.୨୩ ଲକ୍ଷ ଅଣ୍ଡାଦାନ ହୋଇଥିଲା । ଏଣୁ ଋଷିକୁଲ୍ୟା ମୁହାଣରେ ଚଳିତ ବର୍ଷର ଗଣଅଣ୍ଡାଦାନ ଏଯାବତ୍ ସର୍ବାଧିକ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ ।
ଅପରପକ୍ଷରେ ଗଣ-ଅଣ୍ଡାଦାନ ପରେ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଅଣ୍ଡାଗୁଡିକ ପୋତି ହୋଇ ରହିଛି । ତେବେ କାଉ, କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କ ଦ୍ୱାରା ସେଗୁଡିକୁ ଖୋଳି ଖାଇ ନଷ୍ଟ କରିଦେବାର ଆଶଙ୍କା କରାଯାଉଛି । ଏଣୁ ଏହାର ସୁରକ୍ଷା ପାଇଁ ବନବିଭାଗ ତତ୍ପରତା ପ୍ରକାଶ କରିଛି । ଆହୁରି ପ୍ରାୟ ଦେଢ ମାସ ପରେ ଅଣ୍ଡାଗୁଡିକରୁ କଇଁଛ ବାହାରି ସମୁଦ୍ର ଅଭିମୁଖେ ବାହାରିଯିବେ । ସେହି ସମୟ ପର୍ଯ୍ୟନ୍ତ ଅଣ୍ଡାଗୁଡିକର ସୁରକ୍ଷା ପାଇଁ ବନ ବିଭାଗ ପାଟ୍ରୋଲିଂ, ସମୁଦ୍ରକୂଳେ ସୁରକ୍ଷା ଶିବିର, ଅଣ୍ଡା ଦିଆଯାଇଥିବା ସ୍ଥାନକୁ କୁକୁର ଓ ଅନ୍ୟ ବୁଲା ଜନ୍ତୁଙ୍କ ପ୍ରବେଶ ରୋକିବା ପାଇଁ ନେଟ୍ (ତାର ଜାଲି) ବିଛାଯାଇଛି । ଅଣ୍ଡାଗୁଡିକୁ ବାଲି ଭିତରେ ପୋତି ରଖିବା ସହ କୁଆ ଓ ଅନ୍ୟ ପକ୍ଷୀଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ସ୍ୱେଚ୍ଛାସେବୀ, ସ୍ଥାନୀୟ ଗ୍ରାମବାସୀ ଓ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସହଯୋଗ ଲୋଡୁଛି ବନ ବିଭାଗ ।
ଅପରପକ୍ଷରେ ଏହି ଅବସରରେ ବିରଳ ସାମୁଦ୍ରିକ କଇଁଛଙ୍କ ଗତିବିଧି ଅନୁଧ୍ୟାନ ପାଇଁ କଇଁଛମାନଙ୍କ ସମ୍ମୁଖ ଭାଗରେ ଫ୍ରଣ୍ଟ୍ ଫ୍ଲିପର୍ସ ଲଗାଯାଉଛି । ବନ ବିଭାଗ ସହଯୋଗରେ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା ଏହି ପ୍ରକ୍ରିୟାକୁ ସମ୍ପନ୍ନ କରାଯାଉଛି । ଏହାଦ୍ୱାରା ସମୁଦ୍ର ମଧ୍ୟରେ ଅଲିଭ୍ ରିଡ୍ଲେଙ୍କ ଚଳପ୍ରଚଳ, ମିଳନ ଓ ଅଣ୍ଡାଦାନ, ଫେରିବା ପଥ ଆଦି ଗତିବିଧି ଉପରେ ନଜର ରଖିହୁଏ । ସେଥିରୁ ଉପଲବ୍ଧ ତଥ୍ୟକୁ ଆଧାର କରି ଗବେଷଣା କରିହୁଏ । ବିଗତବର୍ଷ ବ୍ୟାପକ ସଂଖ୍ୟାରେ ଅଲିଭ୍ରିଡ୍ଲେ କଇଁଛଙ୍କ ଠାରେ ଏଭଳି ରିଙ୍ଗ୍ ଲଗାଯାଇଥିଲା । ଏକ ଗବେଷଣାରୁ ଜଣାଯାଇଛି ଯେ- ଅଲିଭ୍ ରିଡ୍ଲେ କଇଁଛ ବର୍ଷ ବର୍ଷ ପରେ ଗୋଟିଏ ସ୍ଥାନକୁ ହିଁ ଆସି ଅଣ୍ଡାଦାନ କରିଥାନ୍ତି । ଏପରିକି ୨୫ ବର୍ଷ ପରେ ମଧ୍ୟ ଗୋଟିଏ ଗୋଟିଏ କଇଁଛ ଅଣ୍ଡାଦାନ ପାଇଁ ସମାନ ସ୍ଥାନକୁ ଆସିଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons