ଅସହାୟ ବୃଦ୍ଧା ମିଶନ ଆଶ୍ରାକୁ ସ୍ଥାନାନ୍ତର

Get real time updates directly on you device, subscribe now.

ଅନୁଗୁଳ: ଗତକାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଦୃଶ୍ୟ ପଦାକୁ ଆସିଥିଲା । ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଡାକ୍ତରଖାନା ଚଟାଣରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ଆଜି ଉଦ୍ଧାର ହୋଇଛନ୍ତି ।
ମହିଳାଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେ ମାନସିକ ଅସୁସ୍ଥ ଥିବା ଜଣାପଡ଼ିଛି । କିଛି ଦିନ ଧରି ମେଡ଼ିକାଲ୍ ଚଟାଣରେ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ପଡ଼ିରହିଥିଲେ । ପାଖରେ କେହି ଆଟେଣ୍ଟାଣ୍ଟ୍ ନଥିବାରୁ ତାଙ୍କର ଖାଇବା, ପିଇବାରେ ଠିକ୍ଠିକଣା ନଥିବା ବେଳେ ଚିକିତ୍ସା କଥା କିଏ ପଚାରେ । କର୍ମଚାରୀ ନିଜ କାମରେ ଏବଂ ଅନ୍ୟ ରୋଗୀଙ୍କ ଆଟେଣ୍ଡାଣ୍ଟ୍ ନିଜ କଥା ବୁଝିବା ଭିତରେ ମହିଳା ଜଣକ ଅଣଦେଖା ହୋଇ ପଡ଼ିରହିଥିଲେ । ଖବର ପାଇ ଶନିବାର ସ୍ୱେଚ୍ଛାସେବୀ କିନ୍ନର ଚିନ୍ମୟୀ ଦାସ ମହିଳାଙ୍କ ନିମନ୍ତେ ଖାଦ୍ୟ, ବସ୍ତ୍ର ବ୍ୟବସ୍ଥା କରିଥିବା ବେଳେ ମିଶନ୍ ଆଶ୍ରାର କର୍ମକର୍ତା ପହଞ୍ଚି ତାଙ୍କୁ ମେଡ଼ିକାଲ ପରିସରରୁ ଆମ୍ବୁଲାନ୍ସ ଯୋଗେ ନେଇଯାଇଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons